ଆଜିର ରାଶିଫଳ ୨୬ ଏପ୍ରିଲ୍

0

ମେଷ: ଆପଣଙ୍କ ଯାତ୍ରା ଶୁଭଦାୟକ ହେବ । ସତ୍ ଉପାୟରେ ଧନ ଅର୍ଜନ କରିପାରନ୍ତି । ଶ୍ରେଷ୍ଠ ପଦ-ପଦବୀ ଦୀକ୍ଷିତ ହୋଇପାରନ୍ତି । ଉପଯୁକ୍ତ ପରାମର୍ଶଦାତା ହେବେ । ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଭାଗ୍ୟଶାଳୀ ହେବେ ।

ବୃଷ: ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ରୂପବାନ୍ ହେବେ। ଧାର୍ମିକ ପ୍ରବର ହୋଇପାରନ୍ତି । କର୍ମକ୍ଷେତ୍ରରେ ଶୀର୍ଷସ୍ଥାନ ପ୍ରାପ୍ତିର ସୂଚନା ମିଳୁଛି । ଉତ୍ତମ ଭୋଜନ ମିଳିପାରେ। ଶରୀର ସୁସ୍ଥ ଓ ନିରାମୟ ରହିବ।

ମିଥୁନ: ବାଣିଜ୍ୟ କାରବାରରେ ଅଧିକ ଲାଭ ମିଳିବ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଜଣେ ଚତୁର ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଆୟ ଅପେକ୍ଷା ଅଧିକ ବ୍ୟୟର ସମ୍ମୁଖୀନ ହେବେ । ବିଷାଦିତ ହୋଇପାରନ୍ତି । ପତ୍ନୀଙ୍କ ମନରେ ଅସନ୍ତୋଷ ଦେଖା ଦେବ।

କର୍କଟ: ଆପଣ ଆଶା କରୁଥିବା ଦ୍ରବ୍ୟ ଲାଭ କରିବେ । ଆଶାଫଳ ବତୀ ହେବ । ସମାର୍ଗୀ ହେବେ । ବିଜ୍ଞ ବ୍ୟକ୍ତିର ପରିଚାୟକ ହୋଇପାରନ୍ତି । ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ଉପକାରୀଙ୍କୁ କୃତଜ୍ଞତା ଜଣାଇବେ ।

ସିଂହ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ମନ ଶାନ୍ତି ରହିବ । ସ୍ନେହ ଶ୍ରଦ୍ଧା ଲାଭ କରିବେ । ସତ୍ୟପଥରୁ ବିଚ୍ୟୁତ ହେବେ ନାହିଁ । ଅଭୀଷ୍ଟ ସିଦ୍ଧି ହୋଇପାରେ । ମିତ୍ରମାନଙ୍କ ସହଯୋଗ ମିଳିବ। ସତ୍ୟର ପୁଜାରୀ ହେବେ ।

କନ୍ୟା: ମନରେ ସେବା ଭାବ ଜାଗ୍ରତ ହୋଇପାରେ । ବହୁ ସୁଖର ଅଧିକାରୀ ହେବେ । ମହାନ୍ କାର୍ଯ୍ୟ କରି ଅଭୀଷ୍ଟ ପୁରଣ କରିପାରନ୍ତି । ନିଜ ବନ୍ଧୁ ଓ ପ୍ରିୟଜନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ଗ୍ରହଣ କରିବେ । ବନ୍ଧୁ, ପୁତ୍ର ଓ ପତ୍ନୀଙ୍କ ହିତ ସାଧନ କରିବେ।

ତୁଳା: ଅସୁସ୍ଥତା ଅନୁଭବ କରିପାରନ୍ତି । ମନରେ ଭୟ ସଞ୍ଚାରିତ ହୋଇପାରେ । ଅନ୍ୟକୁ ଅପବାଦ ଦେଇପାରନ୍ତି । ସ୍ଵାଭିମାନୀ ହେବେ । ଅଧିକ ଖର୍ଚ୍ଚ କରିପାରନ୍ତି । ଅଷ୍ଟମଚନ୍ଦ୍ର ସହିତ ଶୁକ୍ର ମିଳିତ ହୋଇଥିବାରୁ ପୁଣ୍ୟନାଶ ହୋଇପାରେ।

ବିଛା: ପତ୍ନୀଙ୍କ ସହଯୋଗ ପାଇ ଖୁସି ହେବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବହୁ ସୁଖର ଅଧିକାରୀ ହେବେ । ପ୍ରଭୃତି ବିଦ୍ୟା ଓ ଯଶସ୍ୱୀ ହେବେ । ନିଭୀକ ଓ ବିଳାସୀ ହୋଇପାରନ୍ତି ।

ଧନୁ: ଦୃଢ଼ ମନୋବଳ ନେଇ କର୍ମ ପଥରେ ଆଗକୁ ବଢ଼ିବେ । ସତ୍‌ସଙ୍ଗୀ ହେବେ । ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି । ସୌଭାଗ୍ୟବାନ୍ ହେବେ । ଶତ୍ରୁମାନେ ଆପଣା ଛାଏଁ ଓହରି ଯିବେ । ନିଜ ଅର୍ଜିତ ଧନ ଭୋଗ କରିବେ ।

ମକର: ମନରେ ଅହଂଭାବ ଉଦ୍ରେକ ହୋଇପାରେ । ସର୍ବ ସୁଖର ଅଧିକାରୀ ହେବେ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଚିତ୍ତ ସନ୍ତୁଷ୍ଟ ରହିବ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ବିନୀତ ସ୍ୱଭାବର ହୋଇପାରନ୍ତି ।

କୁମ୍ଭ: ମିତ୍ରତା ଅର୍ଜନ କରି ସୁଖ ଭୋଗ କରିପାରନ୍ତି । ନିଜ ବଂଶର ମୁଖ୍ୟ ବ୍ୟକ୍ତି ଭାବେ ବିବେଚିତ ହେବେ । ବିନୀତ ସ୍ଵଭାବ ଓ ଜିତେନ୍ଦ୍ରିୟ ହେବେ । ପରାକ୍ରମୀ ହୋଇପାରନ୍ତି । କୀର୍ତ୍ତି ସ୍ଥାପନ କରିବେ । ଜନବଲ୍ଲଭ ହେବେ।

ମୀନ: ଶ୍ରମ ସାର୍ଥକ ହେବ । ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଉନ୍ନତିମୂଳକ କାର୍ଯ୍ୟରେ ଆଗକୁ । ବଢିବେ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ସର୍ବସୁଖ ସହିତ ସମୃଦ୍ଧାଳୀ ହେବେ । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିବେ।

Leave A Reply

Your email address will not be published.