ଆଜିର ରାଶିଫଳ ୪ ମଇ

ଆଜିର ରାଶିଫଳ

0

ମେଷ: ସୁସ୍ତ ସବଳ ଅନୁଭବ କରିବେ ବୈଜ୍ଞାନିକ ଅନୁଭବକୁ ଠିକ୍ ଦିଗରେ ପ୍ରୟୋଗ କରିବେ। ଉପରିସ୍ଥ କର୍ମଚାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ରହିବ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବେ । ବନ୍ଧୁ ସହଯୋଗ ଭଳି ସୁସମ୍ବାଦ ପାଇ ଆଶାବାଦୀ ହେବେ । ମାନସିକ ଶାନ୍ତି ଫେରି ପାଇବେ । ଶୁଭଫଳ ପାଇ ସୁଖୀ ହେବେ । ଋଣ ପରିଶୋଧ କରିବେ ।

ବୃଷ: ଆପଣ ଉତ୍ସାହରେ ଭରି ରହିବେ ଧନଲାଭ ପାଇଁ ସୁଯୋଗ ମିଳିବ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ ।ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ଦାମ୍ପତ୍ୟ । ଜୀବନ ସୁଖପ୍ରଦ ହେବ ।

ମିଥୁନ: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ ।ଚିନ୍ତାଗ୍ରସ୍ତ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଅତ୍ୟଧିକ ହେଲେ ବି ତାର ମୂଲ୍ୟ ମିଳିବ । ଜନପ୍ରିୟ ହେବେ । ବିନୀତ ସ୍ଵଭାବ ସମ୍ପନ୍ନ ହେବେ । ନିତ୍ୟାନନ୍ଦ ଯୁକ୍ତ ଓ ଗୁଣବାନ୍ ହେବେ।

କର୍କଟ: ଆପଣଙ୍କ ଭିତରେ ଉତ୍ସାହ ଭରି ରହିବ। ମିଠା ମିଠା କଥା କହି ସ୍ଥଗିତ କାମ ସହଜରେ କରାଇନେବେ ପ୍ରେମ ସଂପର୍କ ନିବିଡ଼ ହେବ।ଶ୍ରମପ୍ରିୟ ହେବେ । ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ଦେବ ଦର୍ଶନର ସୁଯୋଗ ଅଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

ସିଂହ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହେବ। କଥାରେ ସମସ୍ତଙ୍କୁ ପ୍ରଭାବିତ କରିବେ। ଚାକିରିଜୀବୀଙ୍କୁ ବରିଷ୍ଠଙ୍କର ସାହାଯ୍ୟ ମିଳିବ ।ଖର୍ଚ୍ଚାନ୍ତ ହୋଇପାରନ୍ତି । ମନ ବିଷାଦିତ ହୋଇପାରେ । ଆଶାବାଦୀ ହେବେ । ଫଳାଫଳକୁ ଆଶା ନ ରଖି କାର୍ଯ୍ୟ କରିଚାଲିବେ । ନୀତିରୁ ବିଚ୍ୟୁତ ହେବେ ନାହିଁ । ଧନାଗମର ସୂଚନା ମିଳୁଛି । ଅତି ସୁଖୀ, କୀର୍ତ୍ତିମାନ ହୋଇପାରନ୍ତି ।

କନ୍ୟା: ଆପଣଙ୍କ ମନୋବଳ ଉଚ୍ଚା ରହିବ । କଥାରେ ସମସ୍ତଙ୍କୁ ପ୍ରଭାବିତ କରିବେ । ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଭଲ ଆୟ ହେବାର ସୂଚନା ମିଳୁଛି । ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ ।

ତୁଳା: ଯାହା ବି କାମ କରିବେ ସଫଳତା ପାଇବେ ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ସୁଖଦ ହେବ।ଯାତ୍ରା ମାର୍ଗ କଣ୍ଟକିତ ହୋଇପାରେ । ଚଞ୍ଚଳମନା ଓ କାର୍ଯ୍ୟରେ ନିଷ୍ଠା ଯୋଗୁଁ ସବୁ ବାଧାବିଘ୍ନକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ। ଦର୍ଶକ ହେବା ଭଲ।

ବିଛା: ଧାର୍ମିକ କାର୍ଯ୍ୟ କରନ୍ତୁ, ଦୀର୍ଘ ଦିନର ଆଶା ପୂରଣ ହେବ। ଭଲ ଖବର ପାଇବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।ସୁଖ-ସମ୍ମାନ ଲାଭ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜ୍ୟୋତିର୍ବିଦ୍ୟା ପ୍ରତି ରୁଚି ରହିବ ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଆୟ ବୃଦ୍ଧିର ଅବସର ମିଳିବ। ବୟୋଜ୍ୟୋଷ୍ଠଙ୍କୁ ସାହାଯ୍ୟ କରିବେ ଛାତ୍ରଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ।କର୍ମ ଚଞ୍ଚଳ ରହିବେ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ସଂପାଦନ କରିବେ । ବିବାଦରେ ବିଜୟୀ ହେବେ ।

ମକର: ବିଶେଷ କାର୍ଯ୍ୟରେ ବ୍ୟସ୍ତ ରହିବେ। ବରିଷ୍ଠଙ୍କ ସାହାଯ୍ୟରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।ପ୍ରତ୍ୟେକ କାର୍ଯ୍ୟ ଭାବି ଚିନ୍ତି କରିବାକୁ ପଡ଼ିବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ ।ଅଧିକ କ୍ଷମତା ହାତକୁ ଆସିବ ଓ ଏହାର ସଦ୍‌ବ୍ୟବହାର କରି ଲୋକପ୍ରିୟ ହେବେ । ପ୍ରତିଯୋଗିତାରେ ବିଜୟୀ ହେବେ । ଧର୍ମପରାୟଣ ହେବେ ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ଲାଗି ରହିଥିବା ଚିନ୍ତା ଦୂର ହେବ। କିଛି ଭଲ କାମରେ ସହଯୋଗ କରିପାରନ୍ତି ।ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳ, ଆରୋହଣ ବେଳେ ସତର୍କ ରହିବେ । ପ୍ରିୟଭାଷୀ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । ସାହସୀ, କୁଶଳୀ ଓ ବାଞ୍ଚିତ କାର୍ଯ୍ୟ କରିବେ।

ମୀନ: ଈଷ୍ଟଦେବଙ୍କ ଆରାଧନା କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିପାରେ।ବନ୍ଧୁ ସୁଖ ମିଳିବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ପାରିବାରିକ ସ୍ନେହ ଶ୍ରଦ୍ଧା ପାଇବେ।

Leave A Reply

Your email address will not be published.