ପାକିସ୍ତାନକୁ ମହଙ୍ଗା ପଡିଲା ସୀମାନ୍ତରେ ଅସ୍ତ୍ରବିରତି ଉଲ୍ଲଂଘନ।ଭାରତର ଜବାବରେ ଟଳିଲେ 5 ପାକିସ୍ତାନୀ ଯବାନ ! ଅନେକ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।

0

ପୁଣି ଅଶାନ୍ତ ଉପତ୍ୟକା । ସୀମା ରେ ଗୁଳିବିନିମୟ । ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ପାକିସ୍ତାନ ସେନା କୁ ମହାଙ୍ଗା ପଡିଛି । ଉତ୍ତର କାଶ୍ମୀର ର କୂପବାଡା ଜିଲ୍ଲାର କିରନ ସେକ୍ଟର ନିଲାମ ଘାଟି ରେ ଭାରତୀୟ ସେନା ର ଜବାବି ଆକ୍ରମଣ ରେ ୫ ଜଣ ପାକିସ୍ତାନି ସେନା ନିହତ ହୋଇଛନ୍ତି । ଏହି ଆକ୍ରମଣ ରେ ଅନେକ ଆତଙ୍କବାଦୀ ଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ତେବେ ଏହା ଅନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ । ପାକିସ୍ତାନି ସେନା ବ୍ରିଗେଡ ମୁଖ୍ୟାଳୟ ରେ ବହୁ କ୍ଷୟ କ୍ଷତି ସହ ଆୟୁଧ ଡିପୋ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଖବର ମିଳିଛି । ଏହା ବ୍ୟତୀତ ପାକିସ୍ତାନ ର ଏକ ଲଞ୍ଚ ପ୍ୟାଡ଼ ମଧ୍ୟ ଭାରତୀୟ ସେନା ଙ୍କ ଦ୍ଵାରା ନଷ୍ଟ ହୋଇଛି। ପାକିସ୍ତାନ ସେନା ଏହି ଆକ୍ରମଣ କରିବା ପୂର୍ବରୁ ବାଲାକୋଟ ଓ ମେଢ଼ର ସେକ୍ଟର ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ।

ଶୁକ୍ରବାର ସକାଳେ ନିୟନ୍ତ୍ରଣ ରେଖା ରେ ଥିବା ନିଲମ ଘାଟି ର ଲୁଧିଆନାଲ ଓ ଥେଜିଆ ଅଞ୍ଚଳରେ ପାକିସ୍ତାନ ସେନା ର ଏକ ଦଳ ଅଗ୍ରସର ହେଉଥିବା ର ସେଠାରେ କାର୍ଯ୍ୟରତ ଭାରତୀୟ ସେନା ଦେଖିଥିଲେ ଏହା ପରେ ସମସ୍ତ ସେନା ପୋଷ୍ଟ ଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପାକିସ୍ତାନି ସେନା ଅପରାହ୍ନ ୧୨ ଟା ୩୦ ରେ ଭାରତୀୟ ସେନା ପୋଷ୍ଟ ଉପରକୁ ଗୁଳିଚାଳନା ଆରମ୍ଭ କରିଥିଲା ଆଉ ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଇଥିଲା ଫଳ ରେ ୫ଜଣ ପାକିସ୍ତାନି ଯବାନ ସହିତ ଅନେକ ଆତଙ୍କବାଦୀ ଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.