ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଟ୍ୱିଟରରେ ଫଲୋ କରିବା ଆରମ୍ଭ କଲା ହ୍ୱାଇଟ ହାଉସ 

0

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ କୋରୋନା ମୁକାବିଲା ନେଇ ଚିନ୍ତାରେ ବୁଡି ରହିଛି। ଏହି ଲଢେଇରେ ଭାରତ ନେତୃତ୍ୱ ନେବା ପାଇଁ ଅନେକ ଦେଶ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଦେଶକୁ ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି । ବିଶ୍ୱର ସବୁଠାରୁ ସକ୍ତିଶାଳୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ ମଧ୍ୟ ଏବେ ଆମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ଟ୍ୱିଟରରେ ଫଲୋ କରିବା ଆରମ୍ଭ କରିଛି ।

ବିଶ୍ୱର ପ୍ରଥମ ଏବଂ ଏକମାତ୍ର ନେତା ଭାବେ ମୋଦିଙ୍କୁ ଫଲୋ କରିଛି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ। ଦୁଇ ଦିନ ପୂର୍ବରୁ ଆମେରିକାକୁ ଭାରତ ମେଡିସିନ ପଠାଇବା ପାଇଁ ହଁ କରିଥିଲା । ଯେଉଁଥି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜ ଟ୍ୱିଟରରୁ ଭାରତ ଏବଂ ମୋଦିଙ୍କ ପାଖରେ କୃତଜ୍ଞ ବୋଲି ମଧ୍ୟ କହିଥିଲେ ଟ୍ରମ୍ପ । ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ) ପଠାଇବାର ୨୪ ଘଣ୍ଟା ମଧ୍ୟରେ ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ଫଲୋ କରିବା ଆରମ୍ଭ କରିଛି ହ୍ୱାଇଟ ହାଉସ୍ । ଏବେ ଭାରତ କିପରି ଏହି କରୋନା ସଂକଟର ମୁକବିଲା କରୁଅଛି ଏବଂ କଣ ସବୁ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ କରୁଛନ୍ତି ତାହା ଜାଣିବା ପାଇଁ ହ୍ୱାଇଟ ହାଉସ ଫଲୋ କରୁଥିବା ଅନେକ ମତ ଦେଇଛନ୍ତି।

ହ୍ୱାଇଟ ହାଉସ ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ । ଏହି ଟ୍ୱିଟର ଆକାଉଣ୍ଟ ରେ ୧୯ ଜଣ ବିଶିଷ୍ଟ ଲୋକ ଏବଂ ସଂସ୍ଥାକୁ ଫଲୋ କରୁଛନ୍ତି । ଯେଉଁଥିରେ ଜଣେ ମଧ୍ୟ ବିଦେଶର ନେତା ନାହାନ୍ତି । ଭାରତର ପିଏମଓ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡଲକୁ ମଧ୍ୟ ହ୍ୱାଇଟ ହାଉସ ଫଲୋ କରୁଛି । ଏବେ ହ୍ୱାଇଟ ହାଉସର ୨୧.୪ ମିଲିୟନ ଫଲୋୟର୍ସ ଅଛନ୍ତି । ଏହା ବ୍ୟତୀତ ଆମେରିକା ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତିଙ୍କ ଏବଂ ଭାରତୀୟଙ୍କ ସହ ସମ୍ପର୍କ ଥିବା ୟୁଏସଏ ଏମ୍ବାସି ଓ ୱାସିଂଟନରେ ଥିବା ଭାରତୀୟ ଏମ୍ବାସି ମଧ୍ୟ ଟ୍ୱିଟରକୁ ଫଲୋ କରୁଛନ୍ତି ।

Leave A Reply

Your email address will not be published.