ବଡଚଣା ଆଇଆଇସି ସସପେଣ୍ଡ ! ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଶ୍ରୀମନ୍ଦିର ରେ ପ୍ରବେଶ କରିବା ପଡିଲା ମହଙ୍ଗା ।

0

ଭୁବନେଶ୍ଵର : ଲକଡାଉନ କଟକଣା ନିୟମ ଭାଙ୍ଗିବା ବଡ଼ଚଣା ଆଇଆଇସିଙ୍କୁ ପଡ଼ିଲା ମହଙ୍ଗା। ଲକଡାଉନ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଇଥିଲେ ବଡ଼ଚଣା ଆଇଆଇସି। ଏହି ଘଟଣାକୁ ଡିଜିପି ଅଭୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭାବେ ଗ୍ରହଣ କରିଛନ୍ତି ଏବଂ ଆଇଆଇସି ଦୀପକ କୁମାର ଜେନାଙ୍କୁ ସସପେଣ୍ଡ କରିଛନ୍ତି।

ସୂଚନାନୁଯାୟୀ, ଗତକାଲି ବଡ଼ଚଣା ଆଇଆଇସି ଦୀପକ କୁମାର ଜେନା ତାଙ୍କ ସପରିବାର ସହିତ ଲକଡାଉନ ନିୟମ ଉଲ୍ଲଙ୍ଘନ କରି ମନ୍ଦିର ଭିତରକୁ ପ୍ରବେଶ କରିବା ସହିତ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେ ପରିବାର ସହ ମନ୍ଦିରର ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରିଥିଲେ। ଫଳରେ ସିଂହଦ୍ଵାର ଥାନାରେ ଜଣେ ହାବିଲଦାରଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଓଡିଶା ପୋଲିସ ଡିଜିପି ଅଭୟ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।

Leave A Reply

Your email address will not be published.