ସୁରତ ରେ ଥିବା ଓଡ଼ିଆ ମାନଙ୍କ ପାଇଁ ଦେବଦୂତ ସାଜିଲେ ଓଡ଼ିଆ ପୁଅ ପ୍ରଦୀପ ! ବଢ଼ାଇଲେ ସହଯୋଗ ର ହାତ ।

0

ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥିରୁ ବାଦ ପଡିନି ଆମ ଦେଶ ଭାରତ । ଭାରତ ରେ କରୋନା ର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ସମଗ୍ର ଭାରତ କୁ ଲକ ଡାଉନ ଘୋଷଣା କରିଛନ୍ତି । ଲକ ଡାଉନ ରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଶ୍ରମିକ ମାନେ । ଗୁରୁରାଜ ର ସୁରତ ରେ ଥିବା ଓଡ଼ିଆ ଶ୍ରମିକ ମାନେ ଲକ ଡାଉନ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲକ ଡାଉନ ପ୍ରଭାବରୁ ନିଜର ରୋଜଗାର ହରାଇଥିବା ଓଡ଼ିଆ ମାନଙ୍କ ପାଇଁ ଦେବ ଦୂତ ସାଜିଛନ୍ତି ଓଡ଼ିଆ ପୁଅ ପ୍ରଦୀପ କୁମାର ସାହୁ । ସେ ସୁରତ ରେ ଥିବା ଓଡ଼ିଆ ମାନଙ୍କ ପାଇଁ ସହଯୋଗ ର ହାତ ବଢାଛନ୍ତି । ଶ୍ରମିକ ମାନଙ୍କ ଘର ଘର ବୁଲି ସୁଖ ଦୁଃଖ ସ୍ୱାସ୍ଥ୍ୟବାବସ୍ଥା ବୁଝିବା ସହ ଆବଶ୍ୟକୀୟ ଖାଦ୍ୟ ଓ ମାସ୍କ ଯୋଗାଇ ଦେଉଛନ୍ତି ପ୍ରଦୀପ । ସୁରତ ରେ ଫସିଥିବା ଓଡ଼ିଆ ଙ୍କ ଖାଦ୍ୟ ସାମଗ୍ରୀର ଯୋଗାଣ ଓ ମାସ୍କ ଆଦି ବଣ୍ଟନ କରି ସୁରତ ସ୍ଥିତ ଓଡିଆ ମାନଙ୍କ ପ୍ରଶଂସା ର ପାତ୍ର ହୋଇଛନ୍ତି।

 

ପ୍ରଦୀପ କୁମାର ସାହୁ ସୁରତ ରେ ନିଜର ବ୍ୟବସାୟ ସହ ସମାଜ ସେବା ରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି।

Leave A Reply

Your email address will not be published.