ଏପ୍ରିଲ ୨୦ ପରେ ଲକ୍ ଡାଉନ ନିୟମ କୁ କେଉଁ କେଉଁ କ୍ଷେତ୍ରରେ କରାଯିବ କୋହଳ ଆସନ୍ତୁ ଜାଣିବା ।

0

୧. ସବୁ ଚାଷ ଓ ପନିପରିବା ଯଥା:

କ. ଚାଷ ଜମିରେ ଚାଷି ଓ ମଜଦୁର କାମ କରିପାରିବେ ।

ଖ. ଚାଷିଙ୍କ ଫସଲ ଜିଣା ବିକା ଚାଲିବ, ଯଥା ପରିବା, ଫଳ ଇତ୍ୟାଦି।

ଗ. ମଣ୍ଡି ଚାଲିବ ।

ଘ. ଚାଷରେ ନିୟୋଜିତ ଯନ୍ତ୍ରପାତିର କିଣା ବିକା ଓ ମରାମତି ପାଟ ଆଦିର ଦୋକାନ ଖୋଲା ରହିବ ।

ଙ. ସାର, କିଟନାସକ ଔଷଧ, ବିହନ ଆଦିର ଦୋକାନ ଖୋଲା ରହିବ ।

ଚ. ଟ୍ରାଟର ହାରଭେଷ୍ଟର ଆଦି ଗୋଟିଏ ଜିଲ୍ଲା କିମ୍ବା ପ୍ରଦେଶରୁ ଅନ୍ୟ ଜାଗାକୁ ଯାଇ ପାରିବ ।

୨. ମାଛ ଚାଷ ।

କ. ମାଛ ମାରିବା, କିଣା ବିକା ସବୁ କରି ପାରିବେ ।

ଖ. ମାଛ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇ ପାରିବେ ।

୩. କାଜୁ ଫ୍ୟାକ୍ଟ୍ରି ୫୦ ପ୍ରତିଶତ ମଜଦୁରକୁ ନେଇ କାମ କରିପାରିବେ। 

୪. ପଶୁ ସମ୍ପଦ

କ. କ୍ଷୀର କିଣା ବିକା ଓ ପରିବହନ କରିପାରିବେ ।

ଖ. କୁକୁଡ଼ା ଚାଷ ଓ କିଣା ବିକା କରିପାରିବେ ।

ଗ. ଗୋଖାଦ୍ୟ ଓ ତା ପାଇଁ ବ୍ୟବହୃତ କଞ୍ଚା ମାଲ ଯଥା ମକା ଆଦି କିଣା ବିକା ଓ ପରିବହନ କରିପାରିବେ।

୫. ଡାଇରେକ୍ଟ ବେନିଫିଟ ଟ୍ରାନସ୍‌ଫର, ଅର୍ଥାତ ଯେପର୍ଯ୍ୟନ୍ତ ଗରିବ ହିତାଧିକାରିଙ୍କ ଖାତାକୁ ସରକାରଙ୍କ ସହାୟତା ରାଶି ଆସି ନାହିଁ, ବ୍ୟାଙ୍କ ସବୁ ସ୍ଵାଭାବିକ ଭାବରେ କାମ କରିବ ।

୬. ସାମାଜିକ କ୍ଷେତ୍ର

କ. ସମସ୍ତ ପେନ୍‌ସନ୍‌ ଦେବା ବ୍ୟବସ୍ଥା।

ଖ. ଅଙ୍ଗନବାଡିରେ ମିଳୁଥିବା ବ୍ୟବସ୍ଥାରେ ଶୁଖିଲା ଜିନିଷ ପ୍ରତି ୧୫ ଦିନରେ ଅଙ୍ଗନବାଡି ଦିଦିମାନେ ଘରେ ଘରେ ବୁଲି ବିତରଣ କରିବେ।କାହାରିକୁ ଅଙ୍ଗନବାଡି କେନ୍ଦ୍ର ଯିବାକୁ ଦରକାର ନାହିଁ ।

୭. ମନରେଗା କାମ

କ. ସାମାଜିକ ଦୂରତ୍ବ ବଜାୟ ରଖି ( ଜଣଙ୍କ ଠାରୁ ଅନ୍ୟ ଜଣ ୬ ଫୁଟ) ଓ ମୁଖା ପିନ୍ଧି କାମ କରିପାରିବେ ।

ଖ. ମନରେଗା ଅନ୍ତର୍ଗତ କାମରେ କଳ ସେଚନ ଓ ଜଳ ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯିବ ।

୮. କନ ସାଧାରଣଙ୍କ ସୁବିଧା ।

କ. ପେଟ୍ରୋଲ ପମ୍ପ, କିରୋସିନ ଓ ଗ୍ୟାସ ଭଣ୍ଡାର ଖୋଲା ରହିବ ।

ଖ. ବିଜୁଳି ବିଭାଗ କାମ କରିବେ ।

ଗ. ପୋଷ୍ଟ ଅଫିସ ଖୋଲା ରହିବ।

ଘ. ଗ୍ରାମ ଓ ସହରରେ ପାଣି ଓ ସଫେଇ କାମ ଜାରି ରହିବ ।

ଙ. ଟେଲିଫୋନ୍‌ ଓ ଇଣ୍ଟରନେଟ୍ ସେବା ଜାରି ରହିବ ।

୯. ମାଲ ପରିବହନ

କ. ସମସ୍ତ ମାଲ ପରିବହନ ଗାଡ଼ି ଚାଲୁ ହେବ ।

ଖ. ଟ୍ରକରେ ୨ ଜଣ ଡ୍ରାଇଭର ଓ ଜଣେ ହେଲପର ରହିବେ। ଡ୍ରାଇଭରଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ଦରକାର । ମାଲ ଖାଲି କଲାପରେ ଖାଲି ଗାଡି ଫେରି ପାରିବ ।

ଗ. ଟ୍ରକ ମରାମତି ଦୋକାନ ଓ ହାଇୱେରେ ଢାବା ଚାଲିବ । କେତେ ଦୁରରେ ଖାଇବା ଲୋକ ବସିବେ, ତାହା ରାଜ୍ୟ ସରକାର ସ୍ଥିର କରିବେ।

ଘ. ରେଳରେ ଯାତ୍ରୀବାହି ଟ୍ରେନ୍ ଚାଲିବ ନାହିଁ ।

୧୦. ଅତ୍ୟାବଶ୍ୟକ ଜିନିଷ ର ବିତରଣ ବ୍ୟବସ୍ଥା

କ. ସରକାରଙ୍କ ନିୟମାନୁସରେ ଅତ୍ୟାବଶ୍ୟକ ଜିନିଷର ତିଆରି ଓ ବିତରଣରେ କୌଣସି କଟକଣା ରହିବ ନାହିଁ । ଏହାର ଖୋଲିବା ଓ ବନ୍ଦ ହେବାରେ ମଧ୍ୟ କୌଣସି ସମୟସୀମା ରହିବ ନାହିଁ । କିନ୍ତୁ ସାମାଜିକ ଦୂରତ୍ବ ଦଳାୟ ରଖିବା ନିହାତି ଦରକାର ।

ଖ. କିରାନା ଦୋକାନ, ଶଗଡ ଗାଡିରେ ପିଡିଏସ ସାମଗ୍ରୀ ପରିବହନ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ସ୍ବାସ୍ଥ୍ୟ ସାମଗ୍ରୀ, ଫଳ ଓ ପରିବା, କ୍ଷୀର ଓ କ୍ଷୀରଜାତ ଦ୍ରବ୍ଯ, କୁକୁତା, ମାଂସ, ମାଛ, ଗୋଖାଦ୍ୟ ଓ ପଶୁ ଖାଦ୍ୟ ଦୋକାନ ଖୋଲା ରହିବ। କିନ୍ତୁ, ସାମାଜିକ ଦୂରତ୍ୱ ବଜାୟ ରଖିବା ନିହାତି ଦରକାର ।

୧୧. ବାଣିଜ୍ୟ ଓ ବେସରକାରି ଅନୁଷ୍ଠାନ।

କ. ସରକାର ଅନୁମୋଦିତ କମନ ସର୍ଭିସ ସେଣ୍ଟର ଖୋଲା ରହିବ ।

ଖ. କୋଲଡ଼ ଷ୍ଟରେଜ ଓ ୱେଆର ହାଉସିଙ୍ଗ ଖୋଲା ରହିବ।

ଗ. ସୁନିୟୋଜିତ ବିଜୁଳି ମରାମତିକାରୀ,କମ୍ପ୍ୟୁଟର-ମୋବାଇଲ ଆଦି ମରାମତିକାରୀ, ପାଣି ପାଇପ ମରାମତିକାରୀ, ମୋଟର ମେକାନିକ ଓ ବିନ୍ଧାଣିମାନେ କାମରେ ଯାଇ ପାରିବେ ।

୧୨. କଳ କାରଖାନା

କ. ସହର ବାହାରେ ଥିବା ସମସ୍ତ ଜଳ କାରଖାନା ଚାଲୁ ହେବ । ଜଦି ରହିବାର ସୁବିଧା ନାହିଁ, ତାହା । ହେଲେ, ସାମାଜିକ ଦୂରତ୍ବ ବଜାୟ ରଖି ନେବା ଅଣିବା ବ୍ୟବସ୍ଥା କରିବେ।

୧୩. ନିର୍ମାଣ କାମ

କ. ସହର ବାହାରେ ରାସ୍ତା, ଘର ଆଦି ସମସ୍ତ ନିର୍ମାଣ କାର୍ଯ୍ୟ ଚାଲିବ । ଖ. ସହର ଭିତରେ ଅଧାରେ ପଡିଥିବା କାମକୁ ସ୍ଥାନିୟ ଶ୍ରମିକ, ଅର୍ଥାତ ବାହାରୁ ନ ଆଣି, କାମ କରି ପାରିବେ।

୧୪. ବ୍ୟକ୍ତିଗତ ଯାତାୟତ

କ. ସ୍ଵାସ୍ଥ୍ୟ ଓ ପଶୁ ଚିକିତ୍ସା ସହିତ କୌଣସି ଜରୁରି କାଳିନ ସେବା ଓ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଚାରି ଚକିଆ ଗାଡିରେ ଡ୍ରାଇଭରକୁ ଛାଡି ଜଣେ ବ୍ୟକ୍ତି, ପଛ ସିଟରେ ବସି ଯାଇ ପାରିବେ । ଦୁଇ ଚକିଆ ଗାଡିରେ କେବଳ ଚାଳକ ହିଁ ଯିବେ।

୧୫. କେବଳ ଜରୁରୀ କାଳୀନ ଅଫିସ ହିଁ ଖୋଲିବ ତେଣୁ କୌଣସି ବ୍ୟକ୍ତି ବ୍ୟକ୍ତିଗତ କାମ ପାଇଁ କୌଣସି ଅଫିସକୁ ଯାଆନ୍ତୁ ନାହିଁ ।

୧୬. କ୍ୱାରେଣ୍ଟଇନ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବ୍ୟକ୍ତି କ୍ୱାରେଣ୍ଟିଇନ ନିୟମ କୁ ପାଳିବେ ।

Leave A Reply

Your email address will not be published.