ବସନ୍ତ ମଳୟ

0

               ବସନ୍ତ ମଳୟ

ବସନ୍ତ କୋଳରେ ଆସିଛି ମଳୟ
ଭରୁଛି ପୁଲକ ବାସ
କୋଇଲି ଗାଉଛି ପ୍ରୀତିର ସଂଗୀତ
ଆହାଃ କି ନିଆରା ସ୍ପର୍ଶ
ଆକାଶ ନିର୍ମଳ ବନେ ଫୁଲଫଳ
ସତେକି ଅପୂର୍ବ ମହୀ
ଧରଣୀ ମଣ୍ଡିତ ପର୍ବ ପର୍ବାଣୀରେ
ସଭିଙ୍କର ମନ ମୋହି
ଓଡିଶା ଜାତିର ନବବର୍ଷ ଆସେ
ଆନନ୍ଦ ଉଲ୍ଲାସ ଧରି
ବନ,ଗିରି ସବୁ ସୁସଜ୍ଜିତ ଆଜି
ସାଗୁଆ ପତର ଭରି
ବୃକ୍ଷଲତା ମଣ୍ଡିତ ଯେ ଫୁଲଫଳେ
ସତେ ଅମୁଲର ମୂଲ
ହସେ ପ୍ରଜାପତି ହସେ ମହୁମାଛି
ହସୁଥାଏ ବନଫୁଲ
ବୃନ୍ଦବତୀ ମୂଳେ ହୁଏ ଛାମୁଣ୍ଡିଆ
ସମର୍ପି ପଣାର ଘଡି
ଝାମୁ ଯାତ୍ରା ହୁଏ ପାଟୁଆଙ୍କ ମେଳେ
ମଙ୍ଗଳା ମନ୍ତ୍ରକୁ ପଢି

ମଧୁସ୍ମିତା ସ୍ୱାଇଁ
(+3 ଵିଜ୍ଞlନ )
ପାଣିକଟା,ବାଳକାଟି,ଖୋର୍ଦ୍ଧା

Leave A Reply

Your email address will not be published.