ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।

0

ଦେଶରେ ବଢିଚାଲିଥିବା କୋରନା ମହାମାରୀ ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଛି ବଡ଼ ନିଷ୍ପତ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ନିମନ୍ତେ କେନ୍ଦ୍ର ସରକାର ଙ୍କ ଦ୍ଵାରା ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି।India Covid-19 Emergency Response and Health System ରୁ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକଜରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କୁ ଯେଉଁ ଆର୍ଥିକ ସହଯୋଗ କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ରର ଟଙ୍କା। ଏହି ଆର୍ଥିକ ପ୍ୟାକେଜରେ ଦିଆଯାଇଥିବା ଅର୍ଥରେ ଚିକିତ୍ସାଳୟ ର ଆଇସୋଲେଶନ ବୋର୍ଡ, ଆଇସିୟୁ ପରି ସ୍ୱାସ୍ଥ୍ୟ ଉପକରଣ ମାନ କ୍ରୟ ହେବ।

                  ତିନିଗୋଟି ପର୍ଯ୍ୟାୟରେ କେନ୍ଦ୍ର ସରକାର ଏହି ଅର୍ଥ ପ୍ରଦାନ କରିବେ। ଜାନୁଆରୀ ମାସ ୨୦୨୦ରୁ ଜୁନ୍ ୨୦୨୦ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ରେ ଜୁଲାଇ ୨୦୨୦ ଠାରୁ ମାର୍ଚ୍ଚ ୨୦୨୧ ଏବଂ ତୃତୀୟ ପର୍ଯ୍ୟାୟ ରେ ଏପ୍ରିଲ ୨୦୨୧ ଠାରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ରହିଛି। ପ୍ରଥମ ପର୍ଯ୍ୟାୟର ପଇସା କେନ୍ଦ୍ର ସରକାର ରାଜ୍ୟ କୁ ପଠାଇ ଦେଇଛି।

             ଜାତୀୟ ସ୍ୱାସ୍ଥ୍ୟ ମିଶନ ର ନିର୍ଧେସକ ବନ୍ଦନା ଗୁରୁନାନି ଏକ ସର୍କୁଲାର ଜାରି କରି ସୂଚନା ଦେଇଛନ୍ତି, ଏହା ସମ୍ପୂର୍ଣ୍ଣ ସତ ପ୍ରତିଶତ କେନ୍ଦ୍ରର ପ୍ରୋଜେକ୍ଚ। ଜାନୁଆରୀ ୨୦୨୦ ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଏହା ତିନି ଗୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ କୋଭିଡ -୧୯ ହସ୍ପିଟାଲ ସଂଖ୍ୟା ବୃଦ୍ଧି ଏବଂ ଅନ୍ୟାନ୍ୟ ହସ୍ପିଟାଲର ବିକାଶ କରାଯିବ। ଏଥିସହିତ ଆଇସୋଲେଶନ ଓ୍ୱାର୍ଡ, ଭେଣ୍ଟିଲେଟର ସହିତ ଆଇସିୟୁ, ଡାକ୍ତରଖାନାରେ ଅକ୍ସିଜେନ ଯୋଗାଣ, ଡାକ୍ତରଖାନାର ଲ୍ୟାବ ଗୁଡ଼ିକର ମରାମତି କାର୍ଯ୍ୟ ସହିତ ଆମ୍ୱୁଲାନ୍ସ ଗୁଡିକର ସଂଖ୍ୟା ମଧ୍ୟ ବଢ଼ାଯିବ।

Leave A Reply

Your email address will not be published.