ଡେଟରେ ଯାଉଥିଲେ ପଚାରନ୍ତୁ ନାହିଁ ଏହି ୫ ଗୋଟି ପ୍ରଶ୍ନ ।

0

ପ୍ରଥମ ଥର ଡେଟ ସମସ୍ତଙ୍କ ପାଇଁ ନିଆରା ଓ ଖାସ ରହିଥାଏ । ପ୍ରଥମ ଡେଟକୁ ସ୍ପେଶାଲ କରିବା ପାଇଁ ସମସ୍ତେ ନିଶ୍ଚିନ୍ତ ଚାହିଁଥାନ୍ତି । ଯଦି ଆପଣ ପ୍ରଥମ ଥର ପାଇଁ ଡେଟରେ ଯାଉଛନ୍ତି ତେବେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଜରୁରୀ । ଆସନ୍ତୁ ଆମେ ଜାଣିବା କେଉଁ ସବୁ କଥା ପ୍ରଥମ ଡେଟରେ ଆଲୋଚନା କରିବା ଜମାରୁ ଉଚିତ ନୁହେଁ ।

ମୁଁ କିପରି ଲାଗୁଛି –
ଯଦି ପ୍ରଥମଥର ପାଇଁ ଆପଣ କାହା ସହିତ ଡେଟରେ ଯାଇଛନ୍ତି ତେବେ ନିଜ ଡେଟଙ୍କୁ ଏହି ପ୍ରଶ୍ନ ଭୁଲରେ ମଧ୍ୟ ପଚାରନ୍ତୁ ନାହିଁ । ଏହା ଫଳରେ ଆପଣଙ୍କ ଡେଟର ଇଣ୍ଟରେଷ୍ଟ ଆପଣଙ୍କ ଉପରେ କମ ହୋଇପାରେ ।
କେତେ ଇନକମ୍ କରୁଛ-
ପ୍ରଥମ ଡେଟରେ ଭୁଲରେ ମଧ୍ୟ ପଇସା ଓ ରୋଜଗାର ସମ୍ବନ୍ଧୀୟ କୌଣସି ଆଲୋଚନା କରନ୍ତୁ ନାହିଁ । ଆପଣ ତାଙ୍କୁ ପ୍ରଥମରୁ ଜାଣିଥିଲେ ବି କେବେ ଏହି ପ୍ରଶ୍ନ ପ୍ରଥମ ଡେଟରେ କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଆପଣଙ୍କ ଡେଟକୁ ଲାଗିବ ଆପଣ କେବଳ ପଇସା ପ୍ରତି ଇଣ୍ଟରେଷ୍ଟ ଅଛନ୍ତି ତାଙ୍କ ପ୍ରତି ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଆଗକୁ ବଢିବା ବଦଳରେ ଭାଙ୍ଗି ଯାଇପାରେ ।
 ଆମ ସମ୍ପର୍କକୁ କେଉଁ ପର୍ଯ୍ୟନ୍ତ ନେବାକୁ ଚାହୁଁଛ –
ପ୍ରଥମ ଡେଟରେ ଫ୍ୟୁଚର ପ୍ଲାନିଂ କରିବା ବଦଳରେ ଦୁହେଁ ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତୁ । ପ୍ରଥମ ଡେଟରେ କାହାକୁ ମଧ୍ୟ ଫ୍ୟୁଚର ପ୍ଲାନିଂ କରିବା ପସନ୍ଦ ଆସିନଥାଏ । ଭରପୁର ମଜା ନିଅନ୍ତୁ
ତୁମେ ସିଙ୍ଗଲ କ’ଣ ପାଇଁ ଅଛ –
ଏପରି କିଛି ପ୍ରଶ୍ନ ରହିଛି ଯାହା କୌଣସି ବ୍ୟକ୍ତିର ମୁଡକୁ ଖରାପ କରିଦେଇପାରେ । ସେଥିମଧ୍ୟରୁ ଏହା ହେଉଛି ଗୋଟିଏ ମୁଖ୍ୟ ପ୍ରଶ୍ନ । ତେଣୁ ପ୍ରଥମ ଡେଟରେ ଅତିତ କଥାକୁ ଜମାରୁ ଆଲୋଚନା କରନ୍ତୁ ନାହିଁ ।

ତୁମ ଏକ୍ସ ସହିତ ବ୍ରେକଅପ କ’ଣ ପାଇଁ ହେଇଗଲା –
ଅଧିକାଂଶ ଲୋକ ମାନଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନ୍ୟକୁ କହିବାକୁ ଉଚିତ ଲାଗିନଥାଏ । ତେଣୁ ପ୍ରଥମ ଡେଟରେ ବ୍ୟକ୍ତିଗତ ପ୍ରଶ୍ନ ପଚାରନ୍ତୁ ନାହିଁ କି ଆପଣଙ୍କ ବିଷୟରେ ସବୁ କୁହନ୍ତୁ ନାହିଁ । ଯଦି ପ୍ରଥମ ଡେଟରେ ଆପଣ ଆପଣଙ୍କ ବିଷୟରେ ସବୁ କହିଦେବେ ତେବେ ବ୍ୟକ୍ତିର ଇଣ୍ଟରେଷ୍ଟ ଆପଣଙ୍କ ଉପରେ କମି ଯାଇ ପାରେ ।

Leave A Reply

Your email address will not be published.