କାନ୍ଦିଲେ ଇଟାଲୀ ବାସୀ । କୋରୋନା କୁ ଭାରତୀୟ ମାନେ ଗୁରୁତ୍ୱର ସହ ନେବା ଆବଶ୍ୟକ , ନହଲେ ଆମେ ମଧ୍ୟ ଇଟାଲୀ ପରି ଅସୁବିଧା ର ସମ୍ମୁଖୀନ ହେବା ।

1

କୋରୋନା ମହାମାରୀ କୁ ପୁରା ବିଶ୍ୱ ସାମ୍ନା କରୁଛି ଓ ଦୃଢ଼ ମୁକାବିଲା କରୁଛି , କୋରୋନା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଇଟାଲୀ ୫୦୦୦ ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଛନ୍ତି ଇଟାଲୀ ରେ ।

ଇଟାଲୀରେ ବିଶ୍ୱର ୪ର୍ଥ ସର୍ବଶ୍ରେଷ୍ଠ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଅଛି I କିନ୍ତୁ ସେମାନେ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି କାରଣ ସେମାନେ ଏହାକୁ ଆରମ୍ଭରୁ ହିଁ ଖାମଖିଆଲିଆ ଭାବରେ ଗ୍ରହଣ କରିଥିଲେ । ଯାହା ଫଳ ସ୍ୱରୂପ ଆଜି ସେଠାରେ ଲୋକ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । କରୋନା ପ୍ରଭାବିତ ମୃତ୍ୟୁ ସଂଖ୍ୟା ଏତେ ମାତ୍ରା ରେ ବଢିଯାଇଛି ଯେ ମୃତଦେହକୁ ସଂସ୍କାର କରିବାକୁ ବି ଇଟାଲୀ ପକ୍ଷେ କଷ୍ଟସାଧ୍ୟ ହୋଇପଡ଼ିଛି ।

ଆମେ ମାନେ ଭାରତୀୟ ଭାବରେ ଇଟାଲୀ ଠାରୁ କିଛି ଶିଖିବା ଆବଶ୍ୟକ ଏବଂ କରୋନା ସମ୍ବନ୍ଧୀୟ ଆମର ସରକାରୀ ନିର୍ଦ୍ଦେଶ ଏବଂ ନୀତି ମାନିବା ଏବଂ ସରକାର ଙ୍କ ସହ ସହଯୋଗ କରିବା ଆମର ନୈତିକ କର୍ତ୍ତବ୍ୟ |

ପ୍ରଥମ ସପ୍ତାହ : ଇଟାଲୀ-୩, ଇରାନ-୨, ଭାରତ-୩
ଦ୍ୱିତୀୟ ସପ୍ତାହ:ଇଟାଲୀ-୧୫୨ , ଇରାନ-୪୩, ଭାରତ-୨୪
ତୃତୀୟ ସପ୍ତାହ:ଇଟାଲୀ-୧୦୩୬, ଇରାନ-୨୪୫, ଭାରତ-୨୫୮
ଚତୁର୍ଥ ସପ୍ତାହ: ଇଟାଲୀ-୬୩୬୨, ଇରାନ-୪୭୪୭, ଭାରତ- ?
ପଞ୍ଚମ ସପ୍ତାହ: ଇଟାଲୀ-୨୧୧୫୭, ଇରାନ-୧୨୭୨୯, ଭାରତ- ?

କରୋନା ସଂକ୍ରମଣର ଏହି ଚତୁର୍ଥ ଓ ପଞ୍ଚମ ସପ୍ତାହ କେତେ ଯେ ଗୁରୁତ୍ୱପୂର୍ଣ୍ଣ ଉପରୋକ୍ତ ପରିସଂଖ୍ୟାନରୁ ଜଣା ଯାଉଛି । ଆମେ ଭାରତୀୟ ଏବେ ସେହି ଚତୁର୍ଥ ଓ ପଞ୍ଚମ ସପ୍ତାହର ପ୍ରବେଶ ଦ୍ୱାରରେ ।

ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କେତେ ହେବ ତାହା ଏବେ ଆମ ହାତରେ । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ଏହି ଦୁଇ ସପ୍ତାହ ଆମେ ସେଲ୍ଫ କ୍ୱାରେନଣ୍ଟାଇନ(ସ୍ୱଂୟ ପୃଥକୀକରଣ) ହୋଇ ରହିବା ନା ସାମାଜିକ ମିଳାମିଶା କରିବା ତାହା ମଧ୍ୟ ଆମ ହାତରେ ।

ଆମ ସୁନ୍ଦର ଜନ୍ମମାଟିକୁ ଧ୍ବଂସ କରିଦେବା ନା ପରପିଢୀ ପାଇଁ ସୁରକ୍ଷିତ ରଖିବା ? ବିଚାର ଆପଣଙ୍କର !

1 Comment
  1. Subash Dalei says

    I want to daily update news

Leave A Reply

Your email address will not be published.