ଜନ୍ମ ମାସରୁ ଜାଣନ୍ତୁ ଆପଣଙ୍କ ପ୍ରେମ ସମ୍ପର୍କ କିପରି

ଜନ୍ମ ମାସରୁ ଜାଣନ୍ତୁ ଆପଣଙ୍କ ପ୍ରେମ ସମ୍ପର୍କ କିପରି

0

ଆପଣ ଜାଣିଛନ୍ତି କି ଆପଣଙ୍କ ଜନ୍ମମାସ ଦ୍ୱାରା ଆପଣଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିବାରେ କେତେ ଦୁର ସହାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି କଥା ସଂପର୍କରେ ଜଣାଇବୁ ଯାହା ଆପଣ ଆପଣଙ୍କ ପ୍ରେମ ସଂପର୍କ ବିଷୟ ରେ ଅବଗତ କରାଇବାରେ ସହାୟକ ହୋଇଥାଏ । ଆପଣ ନିଜର ଜନ୍ମମାସ ଦ୍ୱାରା ହିଁ ଆପଣ ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ ।

ଜାନୁୟାରୀ :- ମୁଖ୍ୟତଃ ଜାନୁଆରୀ ରେ ଜନ୍ମ ହୋଇଥିବା ପୁରୁଷମାନେ ପ୍ରେମରେ ବହୁତ ଯିଦ୍ଦି ହୋଇଥାନ୍ତି । ଏଥିପାଇଁ ନିଜ ପ୍ରେମ ସଂପର୍କକୁ ଅଧିକ ଦୃଢ କରିବାକୁ ସେମାନେ ବିଭିନ୍ନ ପ୍ରକାରର ଉପାୟ ଓ ପନ୍ଥା ଅବଲମ୍ବନ କରିଥାନ୍ତି ଯାହାଦ୍ୱାରା ସେ ଭୁଲି ଯାଆନ୍ତି ଏହା କରିବା ଦ୍ୱାରା ତାଙ୍କ ସାଥୀ ଉପରେ କିଭଳି ପ୍ରଭାବ ପଡିପାରେ ଏବଂ ଏହି ମାସରେ ଜନ୍ମିତ ମହିଳାମାନେ ପ୍ରେମ ମାମଲାରେ ଅଧିକ ଉଦାସୀ ହୋଇଥାନ୍ତି ।

ଫେବୃୟାରୀ :- ଏହି ମାସରେ ଜନ୍ମିତ ପୁରୁଷମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଏବଂ ସାଥୀଙ୍କ ସହ ଅଧିକାଂଶ ସମୟରେ ରୋମାନ୍ସ କରିବାରୁ ପସନ୍ଦ କରିଥାନ୍ତି । କିନ୍ତୁ ବେଳେବେଳେ ଏମାନଙ୍କଠାରେ ଉଦାସୀନତା ଅଧିକ ପରିମାଣରେ ଦେଖାଦେଇଥାଏ । ଏବଂ ଏକାକୀ ରହିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ମହିଳାମାନେ ଅଧିକ ସ୍ୱାଭିମାନୀ ହୋଇଥାନ୍ତି । ହୃଦୟ ଭିତରେ ହିଁ ତାଙ୍କ ପ୍ରେମକୁ ସୀମିତ ରଖିବାକୁ ପସନ୍ଦ କରିଥାନ୍ତି ।

ମାର୍ଚ୍ଚ :- ଏହି ମାସ ରେ ଜନ୍ମିତ ପୁରୁଷମାନେ ପ୍ରେମ ସଂପର୍କରେ ଉଦାର ଓ ଭରଷାଯୋଗ୍ୟ ଅଟନ୍ତି । ତାଙ୍କ ପ୍ରେମକୁ ସେ ନିଜ ଜୀବନର ସବୁକିଛି ଭାବି ନିଅନ୍ତି ଆଉ ସବୁବେଳେ ସାଥୀଙ୍କ ସହ ସମୟ ବିତେଇବାକୁ ପସନ୍ଦ କରନ୍ତି । ମହିଳାମାନେ ତାଙ୍କ ପ୍ରେମକୁ ଜାହୀର କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି । ଆଉ ସବୁଠାରୁ ବଡ ଓ ଭଲ କଥା ହେଲା ଏମାନଙ୍କୁ ଚୁମ୍ବନ ଅଧିକ ପସନ୍ଦ ହୋଇଥାଏ ।

ଏପ୍ରିଲ୍ :- ଜନ୍ମିତ ପୁରୁଷମାନେ ଅଧିକ ଉଚ୍ଚାଭିଳାଷୀ ଅଟନ୍ତି । ଯାହାକି ସେମାନଙ୍କ ପ୍ରେମ ସଂପର୍କରେ ଦେଖା ଦେଇଥାଏ । ଯଦି କାହାକୁ ପସନ୍ଦ କରନ୍ତି ତେବେ ତାଙ୍କୁ ହୃଦୟର ସହ ଚାହାଁନ୍ତି । ଯାହାଦ୍ୱାରା ସେମାନଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ରହିଥାଏ । ମହିଳାମାନେ ମୁଖ୍ୟତଃ ସୁନ୍ଦର ହୃଦୟ, ହସମୁଖି ଓ ଜିଦି ହୋଇଥାନ୍ତି ।

ମେ :- ଏହି ମାସ ରେ ଜନ୍ମିତ ପୁରୁଷମାନେ ପ୍ରେମ ମାମଲାରେ ସମ୍ପୂର୍ଣ୍ଣ ଖୋଲା ମିଜାଜର ରହିଥାନ୍ତି । ମହିଳାମାନେ ମୁଖ୍ୟତଃ ଲାଜକୁଳି ହୋଇଥାନ୍ତି କିନ୍ତୁ ଏମାନେ ଲୋକମାନଙ୍କ ଗ୍ରହଣରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ପସନ୍ଦ କରିଥାନ୍ତି । ବୈବାହିକ ଜୀବନରେ ଅନ୍ତରଙ୍ଗ ମୁହୂର୍ତ୍ତ ବଜାୟ ରଖିବାକୁ ପସନ୍ଦ କରନ୍ତି ।

ଜୁନ୍ :- ଜନ୍ମିତ ପୁରୁଷମାନେ ସ୍ୱଭାବରେ ଅଧିକ ରାଗୀ ହୋଇଥାନ୍ତି । କିନ୍ତୁ ତାଙ୍କ ହୃଦୟରେ ପ୍ରେମର ମାତ୍ରା ଅଧିକ ରହିଥାଏ । ଏହି ମାସରେ ଜନ୍ମିତ ଉଭୟ ପୁରୁଷ ଓ ମହିଳା ଅତ୍ୟନ୍ତ କାମନାସକ୍ତ ହୋଇଥାନ୍ତି । ମହିଳାମାନେ ଚତୁର ରହିଥାନ୍ତି ।

ଜୁଲାଇ :- ଏହି ମାସରେ ଜନ୍ମିତ ପୁରୁଷମାନେ ବିଶ୍ୱସ୍ତ ହୋଇଥାନ୍ତି । ସମ୍ପୂର୍ଣ୍ଣ ଉପରେ କହିବାକୁ ଗଲେ ଏମାନଙ୍କ ପ୍ରେମ ଜୀବନ ଭଲ ହୋଇଥାଏ । ପୁରୁଷ ନିଜ ଜୀବନସାଥୀଙ୍କ ଧ୍ୟାନ ସବୁବେଳେ ରଖିଥାନ୍ତି । ମହିଳାମାନେ ମଧ୍ୟ ଅନୁରୁପ ହୋଇଥାନ୍ତି ।

ଅଗଷ୍ଟ :- ଏହି ମାସ ରେ ଜନ୍ମିତ ପୁରୁଷମାନେ ମୁଖ୍ୟତଃ ଭାବୁକ ହୋଇଥାନ୍ତି । ବୈବାହିକ ସଂପର୍କ ବହୁତ ସୁଖମୟ ଆନନ୍ଦମୟ ହୋଇଥାଏ । ମହିଳାମାନେ ସାଧାରଣତଃ ପ୍ରେମ ମାମଲାରେ ଅଧିକ ଦୁର୍ବଳ ହୃଦୟର ହୋଇଥାନ୍ତି ।

ସେପ୍ଟେମ୍ବର :- ପୁରୁଷମାନଙ୍କ ସାଧାରଣତଃ ଭାବନାତ୍ମକ ମନୋଭାବ ରହିଥାଏ । ନିଜର ଜୀବନସାଥୀଙ୍କ ପୁରା ଧ୍ୟାନ ରଖିଥାନ୍ତି । ସେମାନେ ତାଙ୍କ ପ୍ରେମକୁ ସବୁବେଳେ ତାଜା ରଖିବାକୁ ନୂତନ ନୂତନ ଉପାୟ ଅବଲମ୍ବନ କରିଥାନ୍ତି । ମହିଳାମାନେ ମନେ ମନେ ଭଲ ପାଆନ୍ତି ମାତ୍ର ତାହାକୁ ବ୍ୟକ୍ତ କରିବାକୁ ଇଛା ପ୍ରକାଶ କରିନଥାନ୍ତି ।

ଅକ୍ଟୋବର :- ଜନ୍ମିତ ପୁରୁଷମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ନିଜ ଜୀବନସାଥୀଙ୍କ ସହ ପ୍ରତିଟି ମୁହୂର୍ତ୍ତକୁ ହୃଦୟର ସହକାରେ ଉପଭୋଗ କରିଥାନ୍ତି । ମହିଳାମାନେ ଅଧିକ ଭାବୁକ ହୋଇଥାନ୍ତି । ଛୋଟ କଥାକୁ ଧରି ଦୁଃଖ ପ୍ରକାଶ କରିଥାନ୍ତି ।

ନଭେମ୍ବର :- ଏହି ମାସ ରେ ଜନ୍ମିତ ପୁରୁଷମାନେ ପ୍ରେମ ସଂପର୍କରେ ରୋମାନ୍ସ ଓ ନୂତନତା କୁ ପସନ୍ଦ କରିଥାନ୍ତି । ପୁରୁଷ ଓ ମହିଳା ଠାରେ ସଂମ୍ଭୋଗ ଇଛା ଅଧିକମାତ୍ରାରେ ଦେଖାଦେଇଥାଏ | ଦାମ୍ପତ୍ୟ ଜୀବନ ସାଧାରଣତଃ ସୁଖମୟ ଓ ଆନନ୍ଦମୟ ହୋଇଥାଏ । କାରଣ ପ୍ରେମ ସମ୍ପର୍କରେ ଉଭୟ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାନ୍ତି । ପରସ୍ପର ର ଭାବନାକୁ ସମ୍ମାନ ଦିଅନ୍ତି । ସବୁବେଳେ ଉଭୟ ଉଭୟ ଙ୍କୁ ଖୁସି ରଖିବାକୁ ଚେଷ୍ଟା କରନ୍ତି ।

ଡିସେମ୍ବର :- ଦାମ୍ପତ୍ୟ ଜୀବନ ସାଧାରଣତଃ ସୁଖମୟ ଓ ଆନନ୍ଦମୟ ହୋଇଥାଏ । କାରଣ ପ୍ରେମ ସମ୍ପର୍କରେ ଉଭୟ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାନ୍ତି । ପରସ୍ପର ର ଭାବନାକୁ ସମ୍ମାନ ଦିଅନ୍ତି । ସବୁବେଳେ ଉଭୟ ଉଭୟ ଙ୍କୁ ଖୁସି ରଖିବାକୁ ଚେଷ୍ଟା କରନ୍ତି ।

Leave A Reply

Your email address will not be published.