ଅପ୍ରେଲ ୩୦ ପର୍ଯ୍ୟନ୍ତ ଓଡିଶା ରେ ଲକ ଡାଉନ ବୃଦ୍ଧି ପାଇଁ ନିଷ୍ପତ୍ତି ! କେନ୍ଦ୍ର ସରକାର ଙ୍କୁ ସୁପାରିସ କଲେ ରାଜ୍ୟ ସରକାର ।

0

ଆଜି ରାଜ୍ୟ କ୍ୟାବିନେଟ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଭିଡିଓ କନଫେରେନ୍ସ ଦ୍ୱାରା ବସିଥିବା ବୈଠକରେ ରାଜ୍ୟ ର ୫ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ । ଅପ୍ରେଲ ୩୦ ପର୍ଯ୍ୟନ୍ତ ଲକ ଡାଉନ ର ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଙ୍କୁ ସୁପାରିଶ କରାଯିବ । ଓଡ଼ିଶା କୁ ରେଳ ଓ ବିମାନ ଚଳାଚଳ ସ୍ଥଗିତ ରଖିବାକୁ କେନ୍ଦ୍ର କୁ ସୁପାରିଶ କରାଯିବ । ଲକ ଡାଉନ ଅବଧି ମଧ୍ୟରେ କୃଷି କାର୍ଯ୍ୟ ଉପରେ କୌଣସି ପ୍ରତିବନ୍ଧକ ଲାଗିବନାହିଁ। ମନରେଗା କାମ ମଧ୍ୟ ଜାରିରହିବ।ରାଜ୍ୟ ରେ ସମସ୍ତ ଶିକ୍ଷାନୁଷ୍ଠାନ ଜୁନ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ । ରଜ ପରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ।। ଆଜି ବୈଠକରେ ୯ ଟି ପ୍ରସ୍ତାବ ଉପରେ ମୋହର ବାଜିଥିଲା ସେଥିମଧ୍ୟରୁ ୪ଟି ସ୍ୱାସ୍ଥ୍ୟ ବିଭାଗ ର ଥିଲା । ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ସେବା ସେ ନିୟୋଜିତ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.