ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା

ଶ୍ରୀଜୀଉଙ୍କ ରଥଯାତ୍ରା , ଚନ୍ଦନଯାତ୍ରା , ସ୍ନାନପୂର୍ଣ୍ଣିମା ପାଇଁ ୩ମାସିଆ ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ ।

0

ଚଳିତ ବର୍ଷ ଜୁନ ୨୩ ତାରିଖ ରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ରେ ପ୍ରତିବର୍ଷ ୮ ରୁ ୧୦ ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୁଏ । କୋରନା ପ୍ରଭାବ ଯୋଗୁଁ ଚଳିତବର୍ଷ ଭକ୍ତଙ୍କ ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ସମ୍ପନ୍ନ ହୋଇପାରେ । ଆସନ୍ତା ୨୬ ଅପ୍ରେଲ ରେ ଅକ୍ଷୟ ତୃତୀୟା ତିଥି ପଡୁଛି । ସମୟ ଏକ ମାସ ରୁ ମଧ୍ୟ କମ୍ । ଅକ୍ଷୟ ତୃତୀୟା ଠାରୁ ପାରମ୍ପରିକ ରିତୀମତେ ଶ୍ରୀଜୀଉଙ୍କ ରଥ ନିର୍ମାଣ କାମ ଶୁଭ ଆରମ୍ଭ ହେବ। ସେ ସମୟ ରେ ଯଦି ଆମ ରାଜ୍ୟ ଓ ଦେଶର କୋରନା ସ୍ଥିତିରେ ସୁଧାର ଆସିନଥିବ ତାହାଲେ ସରକାର ପ୍ରଶାସନ ବାଧ୍ୟହେବେ ବିନା ଭକ୍ତ ରେ ନିରାଡାମ୍ବର ଭାବେ ରଥଯାତ୍ରା ସମ୍ପନ୍ନ କରିବାକୁ। କୋରନା ପାଇଁ ଏଭଳି କିଛି ଆସଙ୍କା ଦେଖା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ପାଇଁ ବନବିଭାଗ ତରଫରୁ ତିନିରଥ ନିମନ୍ତେ ୨ଟ୍ରିପ କାଠ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ଯାଇଛି। ଓଡିଶା ବାସୀ ଙ୍କ ପ୍ରାଣକେନ୍ଦ୍ର ପ୍ରଭୂ ଜଗନ୍ନାଥ ତାଙ୍କ ରଥଯାତ୍ରା ପ୍ରଶାସନ ବନ୍ଦ କରିବା ଏକ ପ୍ରକାର ଅସମ୍ଭବ । ଶ୍ରୀଜୀଉଙ୍କ ରଥଯାତ୍ରା , ଚନ୍ଦନଯାତ୍ରା , ସ୍ନାନପୂର୍ଣ୍ଣିମା ପାଇଁ ୩ମାସିଆ ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶନିବାର ଭିଡିଓ କନଫେରେନ୍ସ ଜରିଆରେ ଏହି ବଜେଟ ଅନୁମୋଦନ କରାଯାଇଛି ।

Leave A Reply

Your email address will not be published.