ଭାଙ୍ଗିଲା ବର୍ଷ ବର୍ଷ ର ପରମ୍ପରା । ଆଜି ହେବାକୁ ଥିବା ପ୍ରଭୁ ଲିଙ୍ଗରାଜ ଙ୍କ ରୁକୁଣା ରଥଯାତ୍ରା ବନ୍ଦ କରିଦିଆଯାଇଛି ।

0

କୋରନା ସଂକ୍ରମଣ କୁ ଆଖିଆଗରେ ରଖି ଜନଗହଳି କୁ ଏଡ଼ାଇବା ପାଇଁ ପ୍ରଶାସନ ରୁକୁଣା ରଥଯାତ୍ରା କୁ ବନ୍ଦ କରିଦେଇଛି । ରୀତିନୀତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଆଜି ଅଶୋକାଷ୍ଟମୀ ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାନ୍ତା।ପ୍ରଶାସନ ର ଅନୁମତି ନମିଳିଥିବାରୁ ରଥ ଟଣା ଯିବନାହିଁ ।

ପ୍ରଶାସନ ଅନୁମତି ନଦେବା ପରେ ନେତ୍ରୋତ୍ସବ ନୀତି ଓ ମରିଚିକୁଣ୍ଡ ପାଣି ମଧ୍ୟ ନିଲାମ ହୋଇନାହିଁ। ବର୍ଷ ବର୍ଷ ଧରି ଅଶୋକାଷ୍ଟମୀ ତିଥିରେ ଚାଲିଆସିଥିବା ରୁକୁଣା ରଥଯାତ୍ରା ବନ୍ଦ ହୋଇଯାଇଛି । ତେବେ ମନ୍ଦିର ସେବାୟତ ମାନେ ମତ ଦେଇଛନ୍ତି ଯେ ରଥଯାତ୍ରା ପରମ୍ପରା ଭାଙ୍ଗିଯିବା ପରେ ଆସନ୍ତା ୧୨ ବର୍ଷ ପର୍ଯ୍ୟନ୍ତ ରୁକୁଣା ରଥଯାତ୍ରା ହୋଇପାରିବ ନାହିଁ । ଯଦି ପ୍ରଶାସନ ରଥ କିଛି ବାଟ ଗଡେଇବାକୁ ଅନୁମତି ଦେଇଥାନ୍ତା ତେବେ ବର୍ଷ ବର୍ଷ ର ପରମ୍ପରା ରହିଯାଇଥାନ୍ତା ।

Leave A Reply

Your email address will not be published.