ତେଲେଙ୍ଗାନା ର ମା ଆନ୍ଧ୍ରରେ ଫସି ରହିଥିବା ପୁଅକୁ ଆଣିବା ପାଇଁ ସ୍କୁଟିରେ 1400 କିମି ଯାତ୍ରା କରିଛନ୍ତି ! ମା ପରି କିଏ ହେବ

0

ଦେଶରେ ଲକ୍ ଡାଉନ୍ ସମୟରେ ସାମ୍ନାକୁ ଆସିଛି ଏପରି ଚିତ୍ର ଯାହା ଆପଣଙ୍କ ହୃଦୟକୁ ଆନ୍ଦୋଳିତ କରିବ । ପୁଅକୁ ଘରକୁ ଆଣିବା ପାଇଁ ୧୪୦୦ କିଲୋ ମିଟର ସ୍କୁଟିରେ ଚଳାଇଲେ ମା । ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା ବେଳେ ଜଣେ ମା ଏକଲା ସ୍କୁଟିରେ ଗଲେ ୧୪୦୦ କିଲୋମିଟର ଓ ସାଥିରେ ଅନ୍ୟ ସହରରେ ଫସିରହିଥିବ ପୁଅକୁ ନେଇକି ଘରକୁ ଫେରିଲେ । ନାଜାମାବାଦରୁ ନେଲୋର ଯିବା ୭୦୦ କିମି ଏବଂ ଆସିବା ୭୦୦ କିମି ସର୍ବ ମୋଟ ୧୪୦୦କିମି ସ୍କୁଟି ଚଲାଇଲେ । ଯାହାକି ଏବେ ଜାତୀୟ ଗଣମାଧ୍ୟମରେ ଏହି ସାହସୀ ମାର ସାହସିକତା କୁ ସାବାସି ଦିଆଯାଉଛି । ଜଣେ ମହିଳା ଲକ୍ ଡାଉନ୍ ସମୟରେ ଏକଲା ଏତେ କିଲୋମିଟର ଅତିକ୍ରମ କରିବା ତାହା ପୁଣି ସ୍କୁଟିରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।

ଏହି ଘଟଣା ହେଉଛି ତେଲେଙ୍ଗାନାର ନାଜାମାବାଦ ର ସ୍କୁଟିରେ ୧୪୦୦କିଲୋମିଟର ଯାତ୍ରା କରିଥିବା ମହିଳା ଜଣଙ୍କ ହେଉଛନ୍ତି ରଜିଆ ବେଗମ୍ ଏବଂ ତାଙ୍କ ବୟସ ହେଉଛି ୪୮ ବର୍ଷ । ବୃତ୍ତିରେ ସେ ଜଣେ ଶିକ୍ଷୟତ୍ରୀ ଦେଶରେ ଯେତେବେଳେ ଲକ୍ ଡାଉନ୍ ଲାଗୁ ହେଲା ତାଙ୍କ ପୁଅ ଆନ୍ଧ୍ରପ୍ରଦେଶର ନେଲୋର୍ କୁ ଜଣେ ସାଙ୍ଗର ଘରକୁ ଯାଇଥିଲେ ଏବଂ ସେ ଫେରିପାରିନଥିଲେ । +୨ ରେ ପଢୁଥିବା ପୁଅକୁ ଘରକୁ ଆଣିବା ପାଇଁ କିଛି ଅନ୍ୟ ବାଟ ନପାଇ ରଜିଆ ବାହାରିଥିଲେ ସ୍କୁଟିରେ । ସାହସ ଯୁଟାଇ ରାସ୍ତାରେ ଏକୁଟିଆ ଗଡ଼ାଇଲେ ସ୍କୁଟି । ବିଭିନ୍ନ ଜାଗାରେ ପୋଲିସ ଚେକିଙ୍ଗରେ ଅଟକା ଯାଇଥିଲା ହେଲେ ପୁଅକୁ ଆଣିବାକୁ ଏତେ ବାଟ ଯାଉଥିବାରୁ ପୋଲିସ ତାଙ୍କୁ ଆଗକୁ ଯିବାକୁ ଅନୁମତି ଦେଇଥିଲା । ଏପ୍ରିଲ୍ ୭ ତାରିଖରେ ସେ ନେଲୋର ରେ ପହଞ୍ଚି ଯାଇଥିଲେ ଏବଂ ସେହି ଦିନ ସେ ପୁଅକୁ ନେଇ ଘରକୁ ଫେରିଥିଲେ ଏପ୍ରିଲ୍ ୮ ରେ ନିଜ ଘର ନାଜାମାବାଦ୍ ରେ ପହଞ୍ଚି ଯାଇଥିଲେ । ଏହା ଭିତରେ ତାଙ୍କୁ ଅତିକ୍ରମ କରିବାକୁ ପଡ଼ିଥିଲା ୧୪୦୦ କିଲୋମିଟର ବାଟରେ ବହୁ ଜଙ୍ଗଲିଆ ରାସ୍ତା ଅତିକ୍ରମ କରିଥିଲେ । ହେଲେ ଏ ସାହସୀ ମା ଆଦୌ ଭୟ କରିନଥିଲେ । ଏବେ ଏହି ସାହସୀ ମା ଙ୍କୁ ନେଇ ବିଭିନ୍ନ ସହରରେ ଚର୍ଚ୍ଚା କରାଯାଉଛି ।

Leave A Reply

Your email address will not be published.