ଆଜି ହେଉଛି ରାଷ୍ଟ୍ରୀୟ ନବବର୍ଷ ବା ହିନ୍ଦୁ ନବବର୍ଷ ! ଆସନ୍ତୁ ଜାଣିବା ଏହି ଦିନର ମହତ୍ତ୍ୱ ସମ୍ପର୍କରେ

0

ଆଜି ହେଉଛି ରାଷ୍ଟ୍ରୀୟ ନବବର୍ଷ ବା ହିନ୍ଦୁ ନବବର୍ଷ । ଆଜିର ଦିନ ଚୈତ୍ର ଶୁକ୍ଳ ପ୍ରତିପଦା କୁ ହିନ୍ଦୁ ନବବର୍ଷ ଭାବରେ ପାଳନ କରାଯାଏ । କାଳଗଣନା ଅନୁଯାୟୀ ଆଜିର ଦିନ ହେଉଛି ନବବର୍ଷ ର ପ୍ରାରମ୍ଭ ଓ ଏହା ଶାସ୍ତ୍ର ସମ୍ମତ ଅଟେ। ଚୈତ୍ର ଶୁକ୍ଳ ପ୍ରତିପଦା ଆଜିର ଦିନ ର ରହିଛି ସ୍ୱତନ୍ତ୍ର ମହତ୍ଵ। ଶାସ୍ତ୍ର ଦୃଷ୍ଟିରୁ ଦେଖିଲେ ଆଜି ସୃଷ୍ଟି ରଚନା ର ପ୍ରଥମ ଦିନ। ସୃଷ୍ଟି କର୍ତ୍ତା ବ୍ରହ୍ମା ସୂର୍ଯ୍ୟୋଦୟ ସମୟରେ ଶ୍ରୁଷ୍ଟି ର ରଚନା କରିଥିଲେ । ଆଜିର ତିଥିରେ ଆରମ୍ଭ ହୋଇଥିଲା ସତ୍ୟଯୁଗ । ଆଜି ଦଶାବତାର ମଧ୍ୟରୁ ମତ୍ସ ଅବତାର ରେ ପ୍ରକଟ ହୋଇଥିଲେ ଭଗବାନ ବିଷ୍ଣୁ । ଆଜିର ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାଜଭିଷେକ ହୋଇଥିଲେ ଏବଂ ଆଜିଠାରୁ ରାମରାଜ୍ୟ ପ୍ରତିଷ୍ଠିତ ହୋଇଥିଲା । ଆଜି ଦିନରେ ଧର୍ମରାଜା ଯୁଧିଷ୍ଠିର ସିଂହାସନ ଅଭିସକ୍ତ ହୋଇଥିଲେ ।

ସବୁଦୃଷ୍ଟି ରୁ ଦେଖିବାକୁ ଗଲେ ଆଜିର ଦିନ ର ମହତ୍ତ୍ୱ ବହୁତ ବେସି। ଏହି ଚୈତ୍ର ଶୁକ୍ଳ ପ୍ରତିପଦା ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଙ୍କ ସହ ସ୍ୱତନ୍ତ୍ର ଭାବରେ ଜଡିତ। ବାସନ୍ତିକ ନବରାତ୍ର ମଧ୍ୟ ଆଜିଠାରୁ ଆରମ୍ଭ । ୧୮୮୨ ରେ ଧର୍ମ ଓ ରାଷ୍ଟ୍ର ରକ୍ଷା ନିମନ୍ତେ ଆଜିର ତିଥି ରେ ଭାରତୀୟ ହିନ୍ଦୁମହାସଭା ସ୍ଥାପିତ ହୋଇଥିଲା ଏବଂ ଅର୍ଜ୍ୟସମାଜ ମଧ୍ୟ ଦୟାନନ୍ଦ ସରସ୍ୱତୀ ଙ୍କ ଦ୍ଵାରା ଆଜିର ଦିନରେ ସ୍ଥାପନ ହୋଇଥିଲା । Rss ପ୍ରତିଷ୍ଠାତା କେଶବବଳୀରମ ହେଡେଗେୱାର ମଧ୍ୟ ଆଜିର ତିଥିରେ ଜନ୍ମଗ୍ରହଣ କରିଥିଲେ ।

ରାଷ୍ଟ୍ରୀୟ ନବବର୍ଷ ର ହାର୍ଦ୍ଧିକ ଅଭିନନ୍ଦନ

Leave A Reply

Your email address will not be published.