ଆଜିର ରାଶିଫଳ ୧ ମଇ

ଆଜିର ରାଶିଫଳ

0

ମେଷ: ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । କୃଷି କର୍ମକାରୀ ହେବେ । ବୁଦ୍ଧିମାନ୍ ହୋଇପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।ଆପଣଙ୍କର ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ପାରିବାରିକ ଜୀବନ ସୁଖମୟ ହେବ ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ।

ବୃଷ: ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋଭାବର ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଉପୁଜି ପାରେ। ସାନ ଭାଇମାନଙ୍କଠାରୁ ଆଦର ଭକ୍ତି ମିଳିବ ।ଆପଣ ଚିନ୍ତା ମୁକ୍ତ ରହିବେ ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ନିକଟ ସଂପର୍କିୟଙ୍କ ମାଧ୍ୟମରେ ଲାଭ ହେବ।

ମିଥୁନ: ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ମିତ୍ର ସୁଖ ଲାଭ କରିପାରନ୍ତି । ବ୍ୟବସାୟ ଅଧିକ ଲାଭଜନକ ହେବ । ସୁଖୀ ହେବେ ।ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ।

କର୍କଟ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭର ସୁଯୋଗ ଜୁଟିଛି।ସ୍ଥଗିତ କାମ ପୂରା ହେବାରୁ ମନ ପ୍ରସନ୍ନ ହେବ। ଅର୍ଥ ସମ୍ବନ୍ଧୀୟ ଭଳି ଖବର ମିଳିପାରେ ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ସିଂହ: ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ସାମୟିକ ଭାବେ ଭୋଗ କରିପାରନ୍ତି । ଅଧିକାଂଶ ସମୟ ନିରୋଳାରେ ସମୟ ବିତାଇବାକୁ ଇଚ୍ଛା କରିବେ । ଉଚ୍ଚ ପଦଧାରୀ ହୋଇପାରନ୍ତି । ସାହସୀ ଓ ଜ୍ଞାନୀ ହେବେ।ସୃଜନଶୀଳ କାମରେ ଆପଣଙ୍କର ନାମ ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ।ଛାତ୍ରଙ୍କୁ ଲେଖାପଢ଼ାରେ ପରିଶ୍ରମ କରିବା ଆବଶ୍ୟକ।

କନ୍ୟା: ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳମନା ହେବେ । ବିଭାଗୀୟ ସ୍ତରରେ ସମ୍ମାନିତ ହେବାର ସୂଚନା । ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ। ଗୃହ ଓ ଯାନବାହନ ସୁଖ ମିଳିବ ।ଭାଗ୍ୟ ଆପଣଙ୍କୁ ସାଥ ଦେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ସଫଳ ହେବେ ରାଜନୀତିରେ ଲାଭଦାୟକ ସ୍ଥିତି ସୃଷ୍ଟି ହେବ ।

ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପରିବାର ପ୍ରତି ସ୍ନେହଭାବ ରହିବ।ପାଖ ଲୋକଙ୍କ ସହଯୋଗ ପାଇବେ ସ୍ଥଗିତ ଥିବା କାମ ପୂରା ହେବ। ପୁଞ୍ଜି ବଜାରରେ ଲାଭ ପାଇବେ ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ବିଛା: ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ , ସାହସୀ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ ।ଗପସପରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ଧନୁ: ସ୍ବାଭିମାନୀ ହୋଇପାରନ୍ତି । ଯୁଗ୍ଧ ବ୍ୟବସାୟ ଲାଭଜନକ ହେବ । କେତେକ କ୍ଷେତ୍ରରେ ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।ଧାର୍ମିକ କାର୍ଯ୍ୟରେ ସମୟ ବିତିବ ମନରେ ନୂଆ ବିଚାର ଆସିବ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ।

ମକର: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ। ବ୍ୟବସାୟ ଲାଭଜନକ ହେବ । ସାମାଜିକ କ୍ଷେତ୍ରରେ ସେବା ମନୋଭାବାପନ୍ନ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ବନ୍ଧୁ ସହାୟତା ପାଇଁ ଖୁସି ହୋଇପାରନ୍ତି । ପତ୍ନୀଙ୍କ ଉପଦେଶ ଗ୍ରହଣୀୟା ।ସହଯୋଗୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ହେବ। ପ୍ରତିକୂଳ ପରିସ୍ଥିତିର ସାମନା କରିପାରନ୍ତି। ବ୍ୟବସାୟର ବିସ୍ତାର ପାଇଁ ଚିନ୍ତା କରିବେ

କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧାଭାବ ରହିବ । ଚାକିରିକ୍ଷେତ୍ରରେ ସୁଚାରୁ ରୂପେ କାର୍ଯ୍ୟ ସଂପାଦନ କରି ଉଚ୍ଚ କର୍ତ୍ତୁପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ।ସାରାଦିନ ଖୁସି ରହିବେ। ରାଜନୀତିରେ ପରିସୀମା ବଢ଼ାଇବେ। ବ୍ୟବସାୟରେ ଉନ୍ନତି ହେବ । ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳିବ ।

ମୀନ: ଚଞ୍ଚଳମନା ସ୍ୱଭାବର ହେବେ । କନ୍ୟା ସନ୍ତାନ ଦ୍ଵାରା । ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର, ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ ବ୍ୟବସାୟରୁ ।ଅଫିସ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ ବ୍ୟବସାୟରେ ଅଧିକ ଲାଭ ପାଇବେ। ବିବାହିତ ସୁଖଦ ମିଳିବ।

Leave A Reply

Your email address will not be published.