ଆଜିର ରାଶିଫଳ ୧୪ ମଇ

ଆଜିର ରାଶିଫଳ

0

ମେଷ:କମ୍ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ ଅନୁରୋଧକୁ ଉପରିସ୍ଥ କର୍ମଚାରୀ ଗୁରୁତ୍ବ ଦେବେ ପାରିବାରିକ ଜୀବନ ସୁଖମୟ ହେବ ।କୁଳ ପ୍ରଦୀପ ହୋଇପାରନ୍ତି । ଜଣେ ସମ୍ମାନିତ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।

ବୃଷ: ପୂଜାର୍ଚ୍ଚନାରେ ସମୟ ବିତିବ । ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଚୁକ୍ତିପତ୍ର । ହେବାର ସମ୍ଭାବନା ରହିଛି।ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ମିଥୁନ: ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଇବେ ଚାକିରିରେ ବିଶୃଙ୍ଖଳା ଦେଖାଦେବ। ଜରୁରୀ କାମ କଲାବେଳେ ସତର୍କ ରୁହନ୍ତୁ ।କାର୍ଯ୍ୟରେ ସଫଳତା ଲାଭ କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ଧ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ମନା ।

କର୍କଟ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ ଉନ୍ନତିର ନୂଆ ରାସ୍ତା ଖୋଲିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।ନିଜ ଶକ୍ତି ବଳରେ କାର୍ଯ୍ୟ କରି ଚାଲିବେ । ବନ୍ଧୁ ସହାୟତା ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ଜଣେ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀ ପରାମର୍ଶଦାତା ହେବେ ।

ସିଂହ: ଶୁଭ ସମାଚାର ପାଇବେ ଶତ୍ରୁଙ୍କୁ ପରାସ୍ତ କରିବେ। ଚାକିରିଜୀବୀଙ୍କୁ ନୂଆ ଲକ୍ଷ୍ୟ ମିଳିପାରେ ଦାମ୍ପତ୍ୟ ସମ୍ବନ୍ଧ ଖୁସିରେ ଭରପୁର ରହିବ ।ସାନଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଅବଶିଷ୍ଟ ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି । ଶାରୀରିକ ଶକ୍ତି ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ ।

କନ୍ୟା: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ସବୁ କାମ ମନୋଯୋଗରେ କରିବେ । ବ୍ୟବସାୟରେ ଧନଲାଭ ହେବ ।କ୍ରୋଧ ସମ୍ବରଣରେ ବହୁଶୁଭଫଳ ପାଇପାରନ୍ତି । ଖୁବ ଶୀଘ୍ର ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ ।

ତୁଳା: ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କ ଧ୍ୟାନ ଲାଗି ରହିବ ବଡ଼ଙ୍କ ପରାମର୍ଶ ନେଇ ନୂଆ କାମ କରନ୍ତୁ କଥାବାର୍ତ୍ତା ବେଳେ ସାବଧାନତା ଅବଲମ୍ବନ କରନ୍ତୁ ।ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମ ଉପରେ ଗୁରୁତ୍ବ ଦେବେ । ବ୍ୟକ୍ତିତ୍ଵର ବିକାଶ ଘଟାଇ ପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷିକାର୍ଯ୍ୟ ଉପରେ ଗୁରୁତ୍ଵ ଦେବେ। ବୁଦ୍ଧିମାନ୍ ଓ କୀର୍ତ୍ତିମାନ ହେବେ।

ବିଛା: ଉନ୍ନତିର ନୂଆ ସାଧନ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଅଫିସରେ ଦାୟିତ୍ର ବଢ଼ିପାରେ।ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରକୃତିର ହେବେ । ମଧୁରଭାଷୀ, ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ପାଇବେ । ପୂଜାର୍ଚ୍ଚନାରେ ମନ ଦେବେ । ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ବାନ୍ ହୋଇପାରନ୍ତି ।

ଧନୁ: ବ୍ୟବସାୟରେ କୌଣସି ଲୋକଙ୍କ ସାହାଯ୍ୟ ପାଇବେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ ।ମନ ପ୍ରଫୁଲ୍ଲ ରହିବ । ଭାଗ୍ୟଶାଳୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ । ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିବେ । ସାମାଜିକ ସ୍ତରରେ ଆଦରଣୀୟ ହେବେ ।

ମକର: ନିଜକୁ ଶକ୍ତିମାନ ଅନୁଭବ କରିବେ କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ ।କର୍ମକ୍ଷେତ୍ର ଉଜ୍ଜଳମୟ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇ ପାରନ୍ତି । ମକର ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ ।

କୁମ୍ଭ: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ । ବ୍ୟବସାୟରେ ସୁଧାର ଆଣିବେ। ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହେବ ।ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶା କରାଯାଏ। ଚଞ୍ଚଳମନା ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବେ । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି ।

ମୀନ: ବେପାର ପାଇଁ ଭାବିଥିବା କାମ ସଂପୂର୍ଣ୍ଣ ହେବ। ନୂଆ ସୁଯୋଗ ପାଇବେ ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳମନା ହେବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ସନ୍ତାନମାନେ ଗୁଣବାନ ହେବେ ।

Leave A Reply

Your email address will not be published.