ଆଜିର ରାଶିଫଳ ୨୫ ଏପ୍ରିଲ୍

ଆଜିର ରାଶିଫଳ

0

ମେଷ: ମାନସିକ ଶାନ୍ତି ଅନୁଭବ କରିବେ ଗୁରୁତ୍ବପୂର୍ଣ୍ଣ କାମରେ କପକ୍ଷଙ୍କ ସହଯୋଗ ମିଳିବ।ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ବିକଶିତ ବ୍ୟକ୍ତିତ୍ବର ଅଧିକାରୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ଓ ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ମିଳିପାରେ।

ବୃଷ: ପ୍ରିୟ ବନ୍ଧୁଙ୍କ ସହିତ ଆନନ୍ଦଦାୟକ ବାର୍ତ୍ତାଳାପ ହେବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ।ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ବୃଦ୍ଧିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଶରୀର ସୁସ୍ଥ ରହିବ।ମୋକଦ୍ଦମାରେ ବିଜୟୀ ହେବେ । ଦାମ୍ପତ୍ୟ ସୁଖ ମିଳିବ ।

ମିଥୁନ: ନୂଆ ଉତ୍ସରୁ ଧନଲାଭ ହେବ । ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ କାଏମ ରହିବ।ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଗତିରୋଧର ସମ୍ମୁଖୀନ ହେବାର ସୂଚନା ମିଳୁଛି । ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି । ଚଞ୍ଚଳମନା ହେବେ। ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ । ମଧୁରଭାଷାରେ ପରକୁ ନିଜର କରିବେ।

କର୍କଟ: ବନ୍ଧୁମାନଙ୍କ ସହିତ ସମୟ ବିତିବ। ନୂଆ କାର୍ଯ୍ୟ ନେଇ ବିଚାର ବିମର୍ଶ କରିପାରନ୍ତି । ଦାମ୍ପତ୍ୟ ସମ୍ବନ୍ଧ ସୁଖଦ ରହିବ।ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ଗୃହ ସୁଖ ସହିତ ଯାନବାହନ ସୁଖ ମିଳିପାରେ ।

ସିଂହ: ଆପଣଙ୍କ କାମ ପାଇଁ ପ୍ରଶଂସା ମିଳିବ। ବ୍ୟବସାୟରେ ଉନ୍ନତି ହେବ। ସ୍ବାସ୍ଥ୍ୟ ଭଲ ରହିବ।କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ, ଶ୍ରଦ୍ଧା ରହିବ।

କନ୍ୟା: ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଧନଲାଭର ନୂଆ ସୁଯୋଗ ଆସିବ। ପ୍ରେମ ବ୍ୟାପାରରେ ସଫଳତା ମିଳିପାରେ।ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଶିଛୋଦୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆୟ ବୃଦ୍ଧି ହେବ।

ତୁଳା: ପୂଜାପାଠରେ ମନ ଲାଗି ରହିବ।ଆପଣଙ୍କୁ ନୂଆ ସୁଯୋଗ ମିଳିପାରେ ନୂଆ ଲୋକଙ୍କ ସହିତ ବିତର୍କ କରିବେ।ତରବର ନ ହୋଇ କିଛି ସମୟ ଅପେକ୍ଷା କଲେ କିଛିଟା ସୁଫଳ ପାଇପାରନ୍ତି । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ଧ ବ୍ୟବସାୟ ଲାଭଜନକ ହେବ । ଶାରିରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସତର୍କତାର ଦିନ।

ବିଛା: ବ୍ୟବସାୟ ସମ୍ବନ୍ଧରେ ଅଭିଜ୍ଞଙ୍କ ସହିତ ଆଲୋଚନା କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କୁ ପଢ଼ାରେ ସାହାଯ୍ୟ ମିଳିବ।ବନ୍ଧୁ ସହଯୋଗୀ ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ ।

ଧନୁ: ଆତ୍ମବିଶ୍ବାସ ଉଚ୍ଚ ରହିବ। ବନ୍ଧୁଙ୍କର ସହଯୋଗ ପାଇବେ ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ।ପରାମର୍ଶ ନେଇ କାର୍ଯ୍ୟ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଶରୀର ସୁସ୍ଥ ରହିବ। ଚାକିରିକ୍ଷେତ୍ରରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ।

ମକର: କୌଣସି ସଂପର୍କୀୟଙ୍କ ସହିତ କଥା କଥାରେ କାମ ମିଳିପାରେ ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ପ୍ରିୟ ବନ୍ଧୁ ପୁରୁଣା ସ୍ମୃତି ମନେ ପକାଇବେ ।ପରଚଚ୍ଚାରୁ ବିରତ ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ବ୍ୟବସାୟରୁ ଧନଲାଭ ହେବାର ସୂଚନା ମିଳୁଛି ।

କୁମ୍ଭ: ଆପଣଙ୍କ କାମକୁ ପ୍ରଶଂସା ମିଳିବ। ନୂଆ ଦାୟିତ୍ବ ଗ୍ରହଣ କରିବେ। ଅବିବାହିତଙ୍କୁ ମନ ଚାହୁଥିବା ଜୀବନସାଥୀ ମିଳିପାରେ ।ଉଦାର ପ୍ରକୃତିର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି ଓ କୃଷକମାନଙ୍କ ସମସ୍ୟା ଉପରେ ଧ୍ୟାନ ଦେବେ । ବୁଦ୍ଧିମାନ୍ ହେବେ ।

ମୀନ: ଆର୍ଥିକ ସ୍ଥିତି ସାମାନ୍ୟ ରହିବ। କାର୍ଯ୍ୟରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଘରୋଇ କାମ ଲାଗି ମନ ପ୍ରସନ୍ନ ରହିବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି । ଧର୍ମାଶ୍ରୟୀ, ପ୍ରେମୀ ଓ ସାହସୀ ।

Leave A Reply

Your email address will not be published.