ଆଜିର ରାଶିଫଳ ୩ ମଇ

ଆଜିର ରାଶିଫଳ

0

ମେଷ: ଆପଣ ଆଜି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । କାର୍ଯ୍ୟର ସଫଳତା ଲାଭ କରିବା ସହିତ ବୈଶିଷ୍ଟ୍ୟ ପ୍ରତିପାଦନ କରିପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଅଚାନକ କିଛି ଅର୍ଥ ମିଳିବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ବୃଷ: ସୁଶୀଳ ବ୍ୟକ୍ତି ଭାବେ ନିଜର ପରିଚୟ ଦେବେ । ପ୍ରାପ୍ୟ ଧନ ଲାଭ ହେବ । ସରକାରୀ କୃପା ଲାଭ କରିବା ସହିତ ଲୋକାଦୃତ ହୋଇପାରନ୍ତି । ନିର୍ଭୟରେ କାର୍ଯ୍ୟ ସଂପାଦନ କରି ପ୍ରଶଂସାର ପାତ୍ର ହେବେ । ବାଧା-ବିଘ୍ନ ଦୂର ହେବ। ସୁଖ ସମୃଦ୍ଧି ବୃଦ୍ଧି ଘଟିବ।

ମିଥୁନ: ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଶାନ୍ତି ଓ ଆନନ୍ଦ ଉଲ୍ଲାସରେ ଦିନଟି ଅତିବାହିତ କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ । ଯଶସ୍ୱୀ ଓ ଉପଯୁକ୍ତ କର୍ମାନୁରକ୍ତ ହେବେ ।

କର୍କଟ: ଯେକୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ସମୟ ଅନୁକୂଳ ରହିଛି । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ସତ୍କର୍ମରେ ନିୟୋଜିତ ହୋଇପାରନ୍ତି । ଧର୍ମ ମାର୍ଗରେ ମନୋନିବେଶ କରିବେ । ଲୋକପ୍ରିୟତା ଅର୍ଜନ କରିବେ । ପରୋପକାରୀ ହେବେ ।

ସିଂହ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ପାରିବାରିକ ସୁଖ ମିଳିବ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହେବେ ।

କନ୍ୟା: ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଅଧିକ ବ୍ୟୟ ହୋଇପାରେ । ପଥରୋଧକୁ ଏଡ଼ାଇ ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ସ୍ନେହପୂର୍ଣ୍ଣ ବ୍ୟବହାରରେ ପରକୁ ଆପଣାର କରିବେ।

ତୁଳା: ପାରିବାରିକ ଅଶାନ୍ତି ଦୂର ହେବ । ସନ୍ତାନ ସୁଖ ମିଳିପାରେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗ ବିଳାସ କରିପାରନ୍ତି । ଗୁଣଜ୍ଞ ହେବେ । ପ୍ରସନ୍ନ ହେବେ।

ବିଛା: ଯୋଗାଯୋଗରେ ସଫଳତା ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଧର୍ମ-ଧାରଣାରେ ନିଜକୁ ହଜାଇ ଦେଇପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । ବିଭାଗୀୟ ଅର୍ଥ ମିଳିବ । ଗୁଣଯୁକ୍ତ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି ।

ଧନୁ: ଅପେକ୍ଷା ନ କରି କାର୍ଯ୍ୟରେ ଅଗ୍ରସର ହେବେ । ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ କରି ଗଢ଼ି ତୋଳିବ । ସୁଖ-ସନ୍ତୋଷ ଲାଭ କରିବେ । ଶୁଭକାର୍ଯ୍ୟ କରଣୀୟ। ସୁସମ୍ବାଦ ପାଇ ଖୁସି ହେବେ ।

ମକର: ପ୍ରତ୍ୟେକ କାର୍ଯ୍ୟ ସତର୍କତାର ସହ କରିବାକୁ ପଡ଼ିବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ, ଯାନବାହନ ଚଳାଇବା ଓ ଜଳଯାତ୍ରା ନ କରିବା ଭଲ। ସ୍ଵାଭିମାନୀ ହୋଇପାରନ୍ତି । ଯୁଗ୍ଧବ୍ୟବସାୟରୁ ଲାଭ ହେବାର ସୂଚନା ମିଳିଛି।

କୁମ୍ଭ: ମନ ପ୍ରସନ୍ନ ରହିବ । ବନ୍ଧୁ ସହଯୋଗ ପାଇ ଖୁସି ହେବେ । ବାକ୍ ସଂଯମ ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି ।

ମୀନ: ମନରେ ଅହଂଭାବ ଜାଗ୍ରତ କରିପାରନ୍ତି । ଶୁଭଫଳ ଆଶା କରାଯାଏ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ରହିବେ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ ।

Leave A Reply

Your email address will not be published.