ଆଜିର ରାଶିଫଳ ୫ ମଇ

ଆଜିର ରାଶିଫଳ

0

ମେଷ: ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦରେ ସବୁ କାମ ସୁରୁଖୁରୁରେ ହେବ। ଅର୍ଥ ସମ୍ବନ୍ଧୀୟ ମାମଲାର ସମାଧାନ ହେବ ରାଜନୀତିରେ ସଫଳତା ପାଇବେ ।ଆଜି ଆପଣଙ୍କ ଶୁଭଯାତ୍ରା ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରେ । କ୍ରୋଧ ସମ୍ବରଣ କଲେ ବହୁ ଶୁଭଫଳ ପ୍ରାପ୍ତି ହେବେ । ବଦଖର୍ଚ୍ଚ ହୋଇପାରନ୍ତି ।

ବୃଷ: ଆପଣଙ୍କୁ କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିପାରେ ନୂଆ ଲୋକଙ୍କ ସହିତ ପରିଚୟ ହେବେ। ବ୍ୟବସାୟରେ ଲାଭ ହେବ।ଚଞ୍ଚଳମନା ହେବେ । କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।

ମିଥୁନ: ଆପଣ ଚିନ୍ତାମୁକ୍ତ ରହିବେ ଚାକିରିରେ ପଦୋନ୍ନତିର ସୂଚନା ମିଳିପାରେ। ବ୍ୟବସାୟୀଙ୍କୁ ଆୟର ନୂଆ ବାଟ ମିଳିବ ।ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ଶ୍ରେୟ ମଣି ପାରନ୍ତି । ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷିକର୍ମଚାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି ।

କର୍କଟ: ପ୍ରିୟ ବନ୍ଧୁଙ୍କ ସହିତ ଲମ୍ବା ସମୟ ଧରି କଥା ହେବେ। ଆଇନ ମାମଲା ନୂଆ ମୋଡ଼ ନେବ। ମାନ ପ୍ରତିଷ୍ଠା ବୃଦ୍ଧି ହେବ ।ସୁଖ ସନ୍ତୋଷ ଲାଭ କରିପାରନ୍ତି । ମନ ପ୍ରସନ୍ନ ରହିବ। ଧର୍ମପରାୟଣ ହେବେ । ଅମାୟିକ ବ୍ୟବହାର ଓ ମଧୁରଭାଷା ଆପଣଙ୍କୁ ମହାନ୍ତି କରି ଗଢ଼ି ତୋଳିବ । ପ୍ରେମୀ ଓ ସାହସୀ ହେବେ । ସାନଭାଇଙ୍କଠାରୁ ଆଦର ସମ୍ମାନ ମିଳିପାରେ।

ସିଂହ: ନୂଆ ଲୋକଙ୍କ ସହିତ ପରିଚୟ ହେବେ ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। କୃଷିଜୀବୀଙ୍କୁ ଲାଭ ମିଳିପାରେ ।ଶ୍ରମ ସାର୍ଥକ ହେବ । ପରମ ଭାଗ୍ୟଶାଳୀ ହେବେ । ମଧୁରଭାଷୀ ହେବେ । ସହନଶୀଳ ହୋଇପାରନ୍ତି । ଶାନ୍ତିପ୍ରିୟ,ଉଦାର ଓ ବିଦ୍ୟାପ୍ରେମୀ ହେବେ । ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ ।

କନ୍ୟା: କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହେବ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ ଧନଲାଭ ହୋଇପାରେ ।ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟର ମାର୍ଗ ଉନ୍ମୁକ୍ତ ରହିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ।

ତୁଳା: ପିତାଙ୍କ ଆଶୀର୍ବାଦରେ ସବୁ କାମ ସଫଳ ହେବ। ସମାଜରେ ମାନ ସମ୍ମାନ ପାଇବେ ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ ।ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ । ଆଖିରେ ସାମାନ୍ୟ ଯନ୍ତ୍ରଣା ଦେଖାଦେଇ ପାରେ । କଥନଶୈଳୀରେ ବ୍ୟକ୍ତିତ୍ଵର ବିକାଶ ଘଟାଇ ପାରନ୍ତି । ଶୁଭକାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ । ରାଜଯୋଗ ଭୋଗ କରିପାରନ୍ତି ।

ବିଛା: ବ୍ୟବସାୟରେ ନୂଆ ଚୁକ୍ତି ନେଇ ଚିନ୍ତା କରିବେ କାହାରିକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ବୈବାହିକ ଜୀବନ ସୁଖଦ ରହିବ।ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳମନା ହେବେ । ସରକାରୀ ସ୍ତରରୁ ଧନ ପ୍ରାପ୍ତି ସହି ସମ୍ମାନିତ ହେବେ । ସନ୍ତାନମାନେ ଗୁଣୀ ହେବେ । ତନ୍ତ୍ର-ମନ୍ତ୍ରାଦି ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ ।

ଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବନ୍ଧୁଙ୍କ ପରାମର୍ଶ କାମରେ ଆସିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ।କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିବେ । ପରିବାର ପ୍ରତି ସ୍ନେହ ଭାବ ରହିବ ।

ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ ମନରେ କିଛି ଆଶା ଉତ୍ପନ୍ନ ହେବ। ଚାକିରିଆଙ୍କୁ ଭଲ ଖବର ମିଳିପାରେ ।ଆଳସ୍ୟ ପରାୟଣ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବହୁ ସୁଖର ଅଧିକାରୀ ହେବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍ ଓ ସମ୍ପତ୍ତିବାନ୍ ହେବେ।

କୁମ୍ଭ: ଆତ୍ମଚିନ୍ତନରେ ସମୟ ବିତିବ। ନୂଆ କୌଶଳରେ କାମ କରିବାକୁ ଚେଷ୍ଟା କରିବେ ନେତାମାନେ ଗରିବ ଲୋକମାନଙ୍କୁ ସହାୟତା କରିବେ। ପ୍ରୟୋଗ କରିବାକୁ ବାଧ୍ୟ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଗି-ରଖି ଚଳିବାକୁ ପଡ଼ିବ ମନ ପ୍ରଫୁଲ୍ଲ ରହିବ ।

ମୀନ: କାମକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟର ନୂଆ ଉପାୟ ଗ୍ରହଣ କରନ୍ତୁ, ଲାଭ ହେବ। ଅର୍ଥ ଦିଆନିଆ ସମୟରେ ସାବଧାନ ରୁହନ୍ତୁ ।ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ । ସମାଜ । ସେବାରେ ନିଜକୁ ନିୟୋଜିତ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ନିଜକାର୍ଯ୍ୟ ପାଇଁ ଗର୍ବିତ ହେବେ ।

 

Leave A Reply

Your email address will not be published.