ଆଜିର ରାଶିଫଳ ୬ ମଇ

ଆଜିର ରାଶିଫଳ

0

ମେଷ: କାମରେ ବାଧା ଆସିପାରେ ଧୈର୍ଯ୍ୟ ଧରି ସମସ୍ୟାର ମୁକାବିଲା କରନ୍ତୁ ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।ବନ୍ଧୁ ସହଯୋଗ ମିଳିବାର ସୁଯୋଗ ଅଛି । କାର୍ଯ୍ୟରେ ସଫଳତା ମିଳିବ । ମୂଲ୍ୟବାନ୍ ପଦାର୍ଥ ଲାଭ ହୋଇପାରେ।ଶ୍ରେଷ୍ଠ ସମ୍ମାନ ମିଳିପାରେ। ଶଙ୍କାହୀନ ହୋଇପାରନ୍ତି । ଗର୍ବଭାବ ମନକୁ ଛୁଇଁବ । ସ୍ତ୍ରୀ ଓ ପୁତ୍ର ପାଇଁ ଚିନ୍ତିତ ହେବେ। 

ବୃଷ: ଆର୍ଥିକ ଉନ୍ନତିର ଯୋଗ ରହିଛି। ପ୍ରତିଟି କାମରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।ଶତ୍ରୁ ଯେତେ ବଳବାନ୍ ହେଲେ ବି, ଆପଣଙ୍କ ନିକଟରେ ହାର ମାନିବ। ଧର୍ମପ୍ରିୟ ଓ ଚଞ୍ଚଳମନା ହେବେ। ରାଜତୁଲ୍ୟ ସମ୍ମାନର ଅଧିକାରୀ ହୋଇପାରନ୍ତି । ଉତ୍ସାହର ସହ କାର୍ଯ୍ୟ ସଂପାଦନ କରିବେ ।

ମିଥୁନ: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବ୍ୟବସାୟରେ ପ୍ରଗତି କରିବେ। ପିଲାମାନେ କୌଣସି କାମରେ ଆପଣଙ୍କର ସାହାଯ୍ୟ ନେଇ ପାରନ୍ତି।ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଆପଣଙ୍କ ସଦ୍ଗୁଣର ବିକାଶ ଘଟିବ। ବ୍ୟବସାୟ ଲାଭଜନକ ହେବ । ଲୋକପ୍ରିୟତା ଅର୍ଜନ କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ପ୍ରିୟଭାଷୀ ହେବେ ।

କର୍କଟ: ଦିନଟି ଭଲରେ କଟିବ। କପକ୍ଷ ଆପଣଙ୍କ କାମ ନେଇ ଖୁସି ରହିବେ ବନ୍ଧୁଙ୍କ ସହିତ ମୋବାଇଲ୍‌ରେ ଅଧିକ ସମୟ କଥା ହେବେ।ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ । ସତ୍‌ପଥଗାମୀ ହେବେ । ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରନ୍ତି । ନୃତ୍ୟ-ସଙ୍ଗୀତପ୍ରିୟ ହେବେ । କୃଷି କାର୍ଯ୍ୟ ଉପରେ ଧାନ ଦେବେ। ଯାନବାହନ ସୁଖ ମିଳିପାରେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।

ସିଂହ: ଆପଣଙ୍କ କାମ ସହଜରେ ପୂରା ହେବ । ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। ପିଲାଙ୍କର ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ ହେବ ।ସକଳ ଗୁଣର ଆଧାର ହୋଇପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ସୁଖ ମିଳିବ । ସତ୍ୟର ପୁଜାରୀ ହେବେ । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ନିର୍ଭୟରେ କାର୍ଯ୍ୟ ସଂ ପାଦନ କରିବେ।

କନ୍ୟା: ସମୟ ବହୁତ ଭଲରେ କଟିବ ଗରିବଙ୍କ ସେବା କରିବେ । ବ୍ୟବସାୟରେ ଲାଭ ହେବ। ଜୀବନସାଥୀଙ୍କ ସହ ସୁଖଦ ସମୟ ବିତିବ।ଆଶାବାଦୀ ହୋଇପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ସୁଖ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିବିଧ ଧନଯୁକ୍ତ ହେବେ । କୀର୍ତ୍ତିମାନ ଓ ସହନଶୀଳ ହେବେ । ସୁଖୀ ହେବେ।

ତୁଳା: ଆପଣ ଶକ୍ତିମାନ ଓ ସକ୍ରିୟ ରହିବେ। ସବୁ କାମ ଭଲରେ ପୂରା କରିନେବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିପାରେ। ରୋଜଗାରର ମାତ୍ରା ବୃଦ୍ଧି ପାଇବ । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ବୁଦ୍ଧି ବଳରେ କାର୍ଯ୍ୟ ହାସଲ କରିପାରନ୍ତି । ଅର୍ଥ ମିଳିବ ।

ବିଛା: ଜୀବନସାଥୀଙ୍କ ସହ ବ୍ୟବସାୟ ନେଇ ଆଲୋଚନା କରିବେ। ପରିବାରରେ ସୁଖଶାନ୍ତି ବଢ଼ିବା ନେତାଙ୍କ ସହିତ ସଂପର୍କ ମଜଭୁତ ହେବ।ମନରେ ପ୍ରସନ୍ନତା ଦେଖାଦେବ । ବିଦ୍ୟାର ଅଧୁକାରୀ ହେବେ । ଯଶସ୍ୱୀ ହେବେ । ବିଳାସବ୍ୟସନରେ ଖର୍ଚ୍ଚାନ୍ତ ହେବେ । ନିର୍ଭିକ ଭାବେ କାର୍ଯ୍ୟ ସଂପାଦନ କରିବେ । କାର୍ଯ୍ୟ ପସନ୍ଦଯୋଗ୍ୟ ହେବ । ଧନ ପ୍ରାପ୍ତିର ସୂଚନା ମିଳୁଛି । ସୁଖୀ ହେବେ ।

ଧନୁ: କୌଣସି ମାମଲାରେ ବଡ଼ଙ୍କ ପରାମର୍ଶ କାମରେ ଆସିବ। ବ୍ୟବସାୟରେ ନୂଆ ଚୁକ୍ତି କରିପାରନ୍ତି। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ ।ଆୟ ବୃଦ୍ଧିର ସୂଚନା ମିଳୁଛି । ମନ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ନାନାବିଧ ସମ୍ମାନର ଅଧୁକାରୀ ହେବେ । ଯାନବାହନ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ଗୁଣଜ୍ଞ ହେବେ।

ମକର: ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ କରିବା ଲାଗି ଚିନ୍ତା କରିବେ। ଆର୍ଥିକ ପକ୍ଷରେ ସୁଧାର ହେବା ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ରହିବ।କର୍ମକ୍ଷେତ୍ର ଉଜ୍ଜଳମୟ କରିପାରନ୍ତି । ସେବା ମନୋଭାବ ଉଦ୍ରେକ ହୋଇପାରେ। ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ହର୍ଷଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ହେବ ।

କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବା ଭଲ କାମରେ ସହଯୋଗ କରିବେ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ।ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଜିତେନ୍ଦ୍ରିୟ ହେବେ । ଜନବଲ୍ଲଭ, ପରାକ୍ରମୀ ଓ କୀର୍ତ୍ତିମାନ୍ ହେବେ ।

ମୀନ: ନିଜର ଲକ୍ଷ୍ୟ ନେଇ ଉସୁକ ରହିବେ। କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ ବ୍ୟବସାୟରେ ପ୍ରଗତି ହେବ ।ସାବଧାନତାର ସହ ଭ୍ରମଣ କରିବାକୁ ପଡ଼ିବ। ଦିଜାନୁରକ୍ତ ହୋଇପାରନ୍ତି । ପତ୍ନୀଙ୍କ ଉପରେ ନିର୍ଭରଶୀଳ ହେବେ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବାକୁ ପଡିବ।

Leave A Reply

Your email address will not be published.