ଆଜିର ରାଶିଫଳ ୭ ମଇ

ଆଜିର ରାଶିଫଳ

0

ମେଷ: ପ୍ରଗତିରେ ଅବରୋଧ ହୋଇପାରେ ସମସ୍ୟାକୁ ଧୈର୍ଯ୍ୟର ସହ ମୁକାବିଲା କରନ୍ତୁ, ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ନୂତନ କାର୍ଯ୍ୟାରମ୍ଭ କରିବେ । ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କାର୍ଯ୍ୟରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ।

ବୃଷ: କମ୍ ପରିଶ୍ରମରେ ବେଶ ସଫଳତା ପାଇବେ ନୂଆ ବ୍ୟବସାୟ କରିବାକୁ ଚିନ୍ତା କରିବେ। ପାରିବାରିକ ଜୀବନ ସୁଖଦ ହେବ ।ମିଳୁଥିବା ସୁଯୋଗର ଉପଯୋଗ କରିପାରନ୍ତି । ସୁଖ ସମ୍ମାନ ଲାଭ କରିପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇଁ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ଦିନଟି ପ୍ରଶସ୍ତ ଅଛି ।

ମିଥୁନ: କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ବ ମିଳିପାରେ ପ୍ରିୟଜନଙ୍କୁ ମନକଥା କହିବେ ।ମିତ୍ର ଲାଭ ହେବ । ପଢ଼ା-ପଢ଼ିରେ ମନୋନିବେଶ । କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୃତ୍ୟ ସଙ୍ଗୀତ ପ୍ରିୟ ଓ କର୍ମାନୁରକ୍ତ ହେବେ ।

କର୍କଟ: ପରିଶ୍ରମ ବଳରେ ବାଧା ଦୂର ହେବ। ବ୍ୟବସାୟରେ କିଛି ନୂଆ କରିପାରନ୍ତି । ବନ୍ଧୁଙ୍କ ସହିତ ଦୀର୍ଘ ସମୟ କଥା ହେବେ ।ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ପରୋପକାରୀ ହେବେ । ସରକାରୀ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି ।

ସିଂହ: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିପାରନ୍ତି। କୃଷିଜୀବୀଙ୍କୁ ଲାଭ ମିଳିପାରେ। ଜୀବନସାଥୀଙ୍କୁ ଦେଇଥିବା କଥା ପୂରା କରିବେ।ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଉପଯୁକ୍ତ ରହିଛି । ଦେବଦର୍ଶନରେ ଅଶାନ୍ତିର ମାତ୍ରା କମିବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।

କନ୍ୟା: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟଙ୍କୁ ପ୍ରଭାବିତ କରିବା ବ୍ୟବସାୟରେ ପୁଞ୍ଜି ଲଗାଇବାକୁ ଚିନ୍ତା କରିବେ ଘରୋଇ ଜୀବନରେ ଖୁସି ରହିବେ ।ଆଳସ୍ୟ ଅନୁଭବ କରିପାରନ୍ତି । ସାମୟିକ ବିଶ୍ରାମ ପରେ ଚଳ-ଚଞ୍ଚଳ ରହିବେ । ଶତ୍ରଭାବ ବୃଦ୍ଧି ହେଲେବି ଅନିଷ୍ଟ ଘଟିବାର ପ୍ରଶ୍ନ ଉଠୁନାହିଁ । ତ୍ୟାଗୀ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି ।

ତୁଳା: କାହାରିକୁ ମନ କଥା କହିବା ପାଇଁ ଭଲ ଦିନଟିଏ। ବ୍ୟବସାୟରେ ଲାଭ ପାଇବେ ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।ଆଶାବାଦୀ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ । ପ୍ରୀତି ଭୋଜନ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ କୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।

ବିଛା: ନୂଆ କାମରେ ଲାଭ ମିଳିବା ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ ।ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି । ଶତ୍ରୁ ଦମନ କରି ଆଶ୍ୱସ୍ତ ହୋଇପାରନ୍ତି । ଉତ୍ତମ ବଂଶରୁ କନ୍ୟା ଲାଭ କରିପାରନ୍ତି । ରୂପବାନ୍ ଓ ସୁଖୀ ହେବେ । କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି ।

ଧନୁ: ଆପଣଙ୍କର ଆତ୍ମବିଶ୍ବାସ ଦୋହଲି ପାରୋ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ । ବ୍ୟବସାୟରେ ଲାଭ ବଢ଼ାଇବାର ଯୋଜନା କରିବେ ।କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସକର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମଧୁରଭାଷୀ ହେବେ ।

ମକର: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଉନ୍ନତିର ନୂଆ ରାସ୍ତା ଖୋଲିବା ପାରିବାରିକ ଜୀବନରେ ହସଖୁସି ଲାଗି ରହିବ।କର୍ମଚଞ୍ଚଳ ରହିବେ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶ୍ରମ ସାର୍ଥକ ହେବ ।

କୁମ୍ଭ: ପୂଜାପାଠରେ ଆପଣଙ୍କ ମନ ଲାଗି ରହିବା ଆପଣଙ୍କ ଉପରେ ଲୋକଙ୍କର ବିଶ୍ବାସ ଅତୁଟ ରହିବା ବ୍ୟବସାୟରେ ଚକ୍ତିପତ୍ର ହୋଇପାରେ ।କାର୍ଯ୍ୟରେ ଅଗ୍ରଗତି ଘଟିବ । ଓ ସଫଳତା ଲାଭ କରିବେ । ଅଧିକ କ୍ଷମତାପ୍ରାପ୍ତ ହୋଇ ତା’ର ସଦ୍‌ବ୍ୟବହାର କରି ପାରନ୍ତି । ବିବାଦୀୟ ଘଟଣାରେ ଆପଣଙ୍କ ଦୃଢ଼ମତ ବଳବତ୍ତର ରହିବ। ପୁତ୍ର ସୁଖ ମିଳିପାରେ। ବ୍ୟକ୍ତିତ୍ଵ ବିକଶିତ ହେବ ।

ମୀନ: ଇଷ୍ଟଦେବଙ୍କ ସ୍ମରଣରେ ସମୟ ବିତିବା ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବା ଛାତ୍ରଙ୍କ କ୍ୟାରିୟରରେ ପରିବର୍ତ୍ତନ ହେବ। ।ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅର୍ଥ ଟାଣଗୁଣ ରହିବ। ବନ୍ଧୁ ଓ ସହଯୋଗୀମାନେ କରଛଡ଼ା ଦେଇପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟରୁ କିଛି ଲାଭ ମିଳିବ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ ।

Leave A Reply

Your email address will not be published.