ଆଜିର ରାଶିଫଳ ୮ମଇ

ଆଜିର ରାଶିଫଳ

0

ମେଷ: ବଡ଼ ଲୋକଙ୍କ ସହିତ ବାର୍ତ୍ତାଳାପ ଲାଭପ୍ରଦ ହେବ। ଚାକିରିଜୀବୀଙ୍କ ଲାଗ ଦିନଟି ଭଲ ରହିବ। ବେପାରରେ ଉନ୍ନତି ହେବ ।ଈର୍ଷାକୁ ହେବା କାରଣରୁ ଚାପଗ୍ରସ୍ତ ରହିବେ । ସ୍ଵାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ ।

ବୃଷ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବା ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି । ରାଜନୀତି କ୍ଷେତ୍ରରେ ପ୍ରବେଶ ନେଇ ବିଚାର କରିବେ ।କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ବ୍ୟବସାୟ ଲାଭଜନକ ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ନିଜ କାର୍ଯ୍ୟ ଶୈଳୀ ପାଇଁ ମନରେ ଅହଂଭାବ ଆସିବ । ଧୈର୍ଯ୍ୟବାନ୍ ହେବେ । ପତ୍ନୀ ମାର୍ଗ ଦର୍ଶନ କରିବେ ।

ମିଥୁନ: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବା ରାଜନୀତିର ପରିସର ବଢ଼ାଇବେ।ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବଳିଷ୍ଠ ଓ ଶତ୍ରହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୁପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ।

କର୍କଟ: ନିଜର କାମକୁ ଭଲ ଭାବେ ନିର୍ବାହ କରିବେ। ଅଧିକାରୀଙ୍କ ସହିତ ଜରୁରୀ ବିଷୟ ନେଇ ଆଲୋଚନା କରିବେ ନୂଆ ସମ୍ପର୍କ ଆରମ୍ଭ ହୋଇପାରେ।ଚଞ୍ଚଳମନା ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ଵାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିବେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ଲଟେରି ଫଳ ସପକ୍ଷରେ ଯିବ।

ସିଂହ: କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆଶ୍ୱସ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ଭଲ ରହିବା ପୁରୁଣା ବନ୍ଧୁଙ୍କ ସହ ଅଧିକ ସମୟ ଧରି କଥା ହେବେ ।ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କୃଷିକର୍ମକାରୀ, ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।

କନ୍ୟା: ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବେ। ନୂଆ କାମରେ ଲାଭ ହେବ। ପରିବାରର ସ୍ଥିତି ଠିକ୍ ରହିବ।ମନ ପ୍ରସନ୍ନ ରହିବ । ଧର୍ମପରାୟଣ ହେବେ । ମଧୁରଭାଷୀ ଭାବେ ଜନାଦୃତ ହେବେ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କଠାରୁ ଆଦର ସମ୍ମାନ ପାଇବେ । ବନ୍ଧୁପ୍ରେମୀ ଓ ସାହସୀ ହେବେ । ବିବାଦୀୟ ଘଟଣା ଓ ପ୍ରତିଯୋଗିତାରେ ବିଜୟୀ ହେବେ।

ତୁଳା: ବ୍ୟବସାୟରେ ଅଟକିଥିବା ଅର୍ଥ ଫେରି ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ଵାସ୍ଥ୍ୟ ଭଲ ରହିବ।ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ସପତ୍ନୀକ ଖୁସିରେ ଚଳିବେ । ମିତ୍ରସୁଖ ମିଳିବ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ଵାନ୍ ହେବେ ।

ବିଛା: ଚାକିରିରେ ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ। ସହକର୍ମୀଙ୍କ ବ୍ୟବହାରରେ ଖୁସି ରହିବେ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି।ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଅଧୁକ ହୋଇପାରେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇବେ । ମାଲିମୋକଦ୍ଦମାରେ ବିଜୟ ହେବା ସହିତ ଧନଲାଭର ସୂଚନା ମିଳୁଛି ।

ଧନୁ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସମାପ୍ତ କରିବେ ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାର ସୁଯୋଗ ପାଇବେ ସୁସମ୍ବାଦ ମିଳିବ।ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଚଞ୍ଚଳମନା ହେବେ। ଅତ୍ୟାବଶ୍ୟକ ଦ୍ରବ୍ୟ କ୍ରୟରେ ଅଧିକ ଖର୍ଚ୍ଚାନ୍ତ । ହେବେ । ନୀତିନିଷ୍ଠ ଓ ବୁଦ୍ଧିମାନ୍ ହୋଇପାରନ୍ତି । ଦୂରଦ୍ରଷ୍ଟା ହେବେ । ମଧୁର କଥାରେ ପରକୁ ଆପଣାର କରିବେ ।

ମକର: ଉଚ୍ଚ ଅଧିକାରୀଙ୍କୁ ପ୍ରସନ୍ନ କରିବେ । ଉନ୍ନତି ଲାଗି କୌଣସି ସାଧନ ମିଳିପାରେ ରାଜନୀତିରେ ଲାଭ ପାଇବେ।କାର୍ଯ୍ୟ ଫଳଦାୟୀ ହେବ । ସୁସ୍ଥ ଓ ନିରାମୟ । ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳମନା ହେବେ। ସରକାରୀ ସ୍ତରରୁ ଧନଲାଭ ହେବ।

କୁମ୍ଭ: ବ୍ୟବସାୟରେ ତ୍ବରିତ ନିଷ୍ପତ୍ତା ଲାଭପ୍ରଦ ହେବ । ରାଜନୈତିକ ସଂପର୍କ ବଳରେ ସ୍ଥଗିତ କାମ ଆଗକୁ ବଢ଼ିବ ପ୍ରେମ ସମ୍ବନ୍ଧ ମଜଭୁତ ହେବ ।ସମୟ ସହିତ ତାଳ ଦେଇ କର୍ମକ୍ଷେତ୍ରକୁ ଉଜ୍ଜଳମୟ କରିବେ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସରକାରୀ କୃପା ମିଳିବ ।

ମୀନ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ମିଳିପାରେ। ଜୀବନସାଥୀଙ୍କ ସହିତ ସୁଖଦ ସମୟ କାଟିବେ।ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସରେ ଦିନଟି ଅତିବାହିତ କରିବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବିଦ୍ଵାନ, ସାହସୀ ଓ ସମ୍ପଭିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ।

Leave A Reply

Your email address will not be published.