ଆଜିର ରାଶଫଳ ୯ ମଇ

ଆଜିର ରାଶିଫଳ

0

ମେଷ: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ । ନିଜର ଅମାନିଆ ସୃଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ।ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଅସୁଖୀ ହେବେ । ସମସ୍ୟା ଉପୁଜି ପାରେ। ଦ୍ବିତୀୟ ଭାବରେ ବୁଧ ଓ ଶୁଭ ଅବସ୍ଥାନ କରୁ ଥିବାରୁ ଧନଯୁକ୍ତ, ଧର୍ମଯୁକ୍ତ ଓ ସତ୍ୟାଶ୍ରୟୀ ହେବେ ।

ବୃଷ: ଜୀବନସାଥୀଙ୍କ ସହଯୋଗ ମିଳିବା ହେତୁ ମନ ଉତ୍ସାହରେ ଭରି ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ।କେତେକ କ୍ଷେତ୍ରରେ ନିରବ ଦୁଷ୍ଟ ହେବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଭାବନା ପବିତ୍ର ହେବ । ପତ୍ନୀଙ୍କ ସହାୟତା ମିଳିବ। ଲଗ୍ନରେ ବୁଧ ଅବସ୍ଥାନ କରୁଥିବାରୁ ରାଜପୂଜା ମିଳିବ।

ମିଥୁନ: ଆପଣଙ୍କ ମନୋବଳ ଦୃଢ଼ ରହିବ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ପିଲାଦିନର ସାଙ୍ଗଙ୍କ ସହ ଦୀର୍ଘ ସମୟ ଧରି କଥା ହେବେ।ସମ୍ମାନିତ ହେବେ । ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ମିଳିବ । ସଦ୍ଗୁଣର ବିକାଶ ଘଟିବ । ଉନ୍ନତିମୂଳକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି । ଏକାଦଶ ଭାବରେ ରବି ଅବସ୍ଥାନ କରୁଥିବାରୁ ସଙ୍ଗୀତପ୍ରିୟ , ଯଶସ୍ୱୀ ଓ କର୍ମାନୁରକ୍ତ ହେବେ ।

କର୍କଟ: ସମ୍ମୁଖରେ ଥିବା ବ୍ୟକ୍ତିଙ୍କର ଶାରୀରିକ ଭାଷାକୁ ଆପଣ ଅତିଶୀଘ୍ର ବୁଝିନେବେ କ୍ୟାରିୟର ଲାଗି ସୁଯୋଗ ପାଇବେ । ବନ୍ଧୁଙ୍କୁ ମନର କଥା କହିବେ।ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ । ଚଞ୍ଚଳମନା କନ୍ୟା ଦ୍ବାରା ଉପକୃତ ହେବେ । ସପ୍ତମ ଭାବରେ ସ୍ଵଗୃହୀ ଶୁକ୍ର ଓ ବୁଧ ଏକତ୍ର ଅବସ୍ଥାନ କରୁଥିବାରୁ ଜନସାଧାରଣଙ୍କ ଶ୍ରଦ୍ଧା ଭାଜନ ହେବେ ଓ ଷଷ୍ଠ ଭାବରେ ରବି ଶତ୍ରୁନାଶ କରିବେ ।

ସିଂହ: ଚାକିରି ବୃତ୍ତରେ ପୁରୁଣା ବିବାଦ ସମାପ୍ତ ହେବ। ଆଥିକ ସ୍ଥିତି ମଜଭୁତ ହେବ। ଆପଣଙ୍କ ବିବାହ ଲାଗି ପ୍ରସ୍ତାବ ଆସିପାରେ ।ବ୍ୟବସାୟ ଲାଭଜନକ ହେବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ପାରିବାରିକ ସୁଖ ମିଳିବ । କଷିର ଲାଭ ମିଳିବ । ଯାନବାହନ ସୁଖ ଭୋଗ କରିବେ । କୃଷିରୁ ଲାଭ ମିଳିବ। ଏକାଦଶ ଭାବେ ରାହୁ ଅବସ୍ଥାନ କରୁଥିବାରୁ ଅର୍ଥ ଓ ସମ୍ମାନ ମିଳିବ ।

କନ୍ୟା: ପ୍ରିୟ ବନ୍ଧୁଙ୍କ ବ୍ୟବହାରରେ ଖୁସି ହେବେ। ପାରିବାରିକ ଜୀବନ ସୁଖମୟ ହେବ ବିଦ୍ୟାର୍ଥୀଙ୍କୁ ଶୀଘ୍ର ସଫଳତା ମିଳିବ।ସମ୍ମାନିତ ହେବେ । ବନ୍ଧୁ ଦର୍ଶନ ମିଳିବ । ମନ ଫୁର୍ତ୍ତି ରହିବ । ପାରିବାରିକ ସୁଖ ମିଳିବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ନବମ ଭାବେ ବୁଧ ଓ ଶୁକ୍ର ଅବସ୍ଥାନ କରୁଥିବାରୁ ପୁଣ୍ୟବାନ୍ ହେବେ । ସ୍ଵାଭିମାନୀ ହୋଇପାରନ୍ତି । ପତ୍ନୀଙ୍କ ଇଚ୍ଛାପୂରଣ କରିବେ।

ତୁଳା: କାହାରିକୁ ହୃଦୟର କଥା କହିବେ ପରିବାରରେ ଶାନ୍ତି ବଜାୟ ରହିବା କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବାର ସୁଯୋଗ ପାଇବେ ।ପରିଶ୍ରମ ଅଧୁକ ହେଲେ ବି, ତା’ର ମୂଲ୍ୟ ମିଳିବ । ବାଧା-ବିଘ୍ନର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ଧନାଗମର ସୂଚନା ମିଳୁଛି । କୀର୍ତ୍ତିମାନ୍ ହେବେ । କେତୁ ତୃତୀୟ ଭାବରେ ଥୁରୁ ଶତ୍ରୁନାଶ, ଐଶ୍ଵର୍ଯ୍ୟ ପ୍ରାପ୍ତ ହେବେ।

ବିଛା: ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ। ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ ।ପଞ୍ଚ ପରମେଶ୍ଵରଙ୍କ କଲ୍ୟାଣ ଭାଜନ ହେବେ। ସାଧନାରେ ସିଦ୍ଧିଲାଭ କରିପାରନ୍ତି । ବହୁ ଶୁଭଫଳର ଅଧୁକାରୀ ହେବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଷଷ୍ଠ ଭାବରେ ରବି ଅବସ୍ଥାନ କରୁଥିବାରୁ ଶତ୍ରୁନାଶ କରିପାରନ୍ତି।

ଧନୁ: ଅଧିକାରୀଙ୍କୁ ପ୍ରସନ୍ନ କରିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିବା ବ୍ୟବସାୟରେ ଢିଲା ହୁଅନ୍ତୁ । ନାହିଁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ।ମନରେ ପ୍ରସନ୍ନ ଭାବ ଉଦ୍ରେକ ହୋଇପାରେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଷଷ୍ଠ ଭାବରେ ବୁଧ ଓ ସ୍ଵଗୃହୀ ଶୁକ୍ର ଅବସ୍ଥାନ କରୁଥିବାରୁ ଯାନବାହନ ସୁଖ ମିଳିବ । ଜନପ୍ରିୟ ଓ କାର୍ଯ୍ୟ ଦକ୍ଷ ହେବେ ।

ମକର: ଆର୍ଥିକ ସ୍ଥିତିରେ ସୁଧାର ହେବା ପରିବାରରେ ହର୍ଷ ଉଲ୍ଲାସ ବଜାୟ ରହିବା ପ୍ରିୟଜନଙ୍କ ଠାରୁ ଖୁସି ଖବର ପାଇବେ ।ନିଜ ଇଚ୍ଛା ଓ ବୁଦ୍ଧି ବଳରେ ଯାହା କରିବେ ସବୁଥିରେ ସଫଳତା ପାଇବେ। ସୁଖ-ସମ୍ମାନ ଲାଭ କରିପାରନ୍ତି । ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି । ଚନ୍ଦ୍ର ଏକାଦଶ ଭାବରେ ଅବସ୍ଥାନ କରୁଥିବାରୁ ଅର୍ଥ ସହିତ ସରକାରଙ୍କ କୃପାର ପାତ୍ର ହେବେ।

କୁମ୍ଭ: ଆପଣଙ୍କ ଲାଗି ଭଲ ଦିନଟିଏ। ଲାଗି ରହିଥିବା ବିବାଦର ସମାଧାନ ହେବ। ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହୋଇପାରେ ।ସମୟ ସହିତ ତାଳ ଦେଇ ଗତି ପଥକୁ ସ୍ଥିର କରିପାରନ୍ତି । ଜନ ସଂପର୍କ ବୃଦ୍ଧି ପାଇବ । ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । ଦଶମ ଭାବରେ ଚନ୍ଦ୍ର ଅବସ୍ଥାନ ଯୋଗୁଁ ବିଭାଗୀୟ ଅର୍ଥ ମିଳିବ।

ମୀନ: ଦେବୀମାତାଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବା ଅଫିସ କାମ ଶୀଘ୍ର ପୂରା ହୋଇଯିବା ପାରିବାରିକ ଜୀବନ ଶାନ୍ତିମୟ ହେବ।ଶତ୍ରୁମାନଙ୍କୁ ପରାହତ କରିବାରେ ସକ୍ଷମ ହେବେ । ସେବା-ପୂଜାରେ ନିଜକୁ ନିୟୋଜିତ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟର ପରିବର୍ତ୍ତନ ଘଟିବ। ଏକାଦଶ ଭାବରେ ସ୍ଵଗୃହୀ ଶନି ଓ ବୃହସ୍ପତି ଅବସ୍ଥାନ କରୁଥିବାରୁ ପ୍ରାଧାନ୍ୟ ବୃଦ୍ଧି ହେବ।

Leave A Reply

Your email address will not be published.