ମହାରାଷ୍ଟ୍ର ରେ ଦୁଇଜଣ ନିରୀହ ସାଧୁ ଙ୍କ ସମେତ ତିନି ଜଣଙ୍କୁ ପିଟିପିଟି ନିର୍ମମ ହତ୍ୟା। ଗେରୁଆ ବସ୍ତ୍ରଧାରୀ ହେବା ଅପରାଧ କି?

0

ଶିବାଜୀ ମହାରାଜା ଙ୍କ ଜନ୍ମମାଟି ମହାରାଷ୍ଟ୍ର ରେ ଦୁଇ ଜଣ ନିରୀହ ବୃଦ୍ଧ ସାଧୁ ଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଏହା ଏକ ଆତ୍ମା ଥରି ଉଠିଲା ପରି ଘଟଣା । ପୋଲିସ ଉପସ୍ଥିତ ରେ ଦୁଇ ଜଣ ସାଧୁ ଏବଂ ତାଙ୍କ ଡ୍ରାଇଭର ସର୍ବମୋଟ ତିନି ଜଣ ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ହିନ୍ଦୁତ୍ୱ ର ସିଂହ ବାଲ ଠାକରେ ଙ୍କ ଜନ୍ମଭୂମି ରେ ହିନ୍ଦୁ ଧର୍ମ ର ପ୍ରତୀକ ସାଧୁ ସନ୍ଥ ଙ୍କୁ ନିର୍ମମ ହତ୍ୟା ପୁରା ଦେଶ ରେ ଏକ ପ୍ରକାର କ୍ରୋଧ ଓ ଆକ୍ରୋସ ଦେଖିବାକୁ ମିଳିଛି ।

ପୁରା ଭାରତ ରେ ସୋସିଆଲ ମିଡ଼ିଆ ଓ ମିଡ଼ିଆ ରେ ଏକ ପ୍ରକାର ଚର୍ଚ୍ଚା କଣ ଭାରତ ରେ ଗେରୁଆ ବସ୍ତ୍ର ଧାରୀ ହେବା ଏକ ଅପରାଧ କି ?

ମହାରାଷ୍ଟ୍ର ର ପାଲଘର ରେ ପୋଲିସ ର ଉପସ୍ଥିତି ରେ ଦୁଇଜଣ ସାଧୁ ଙ୍କ ସମେତ ତିନିଜଣ ଙ୍କୁ ନିର୍ମମ ଭାବେ ପଥର ଓ ବାଡ଼ି ରେ ପିଟି ପିଟି ହତ୍ୟା କରିଛନ୍ତି କିଛି ଦୁର୍ବୁତ୍ତ । ଘଟଣା ଘଟାଇ ଥିବା ୫ ଜଣ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ବେଳେ ୧୦୧ ଜଣ ଙ୍କୁ ଥାନା ରେ ଅଟକ ରଖାଯାଇଛି ।

ଘଟଣାରେ ଉପସ୍ଥିତ ଥିବା ପୋଲିସ ମଧ୍ୟରୁ ୨ଜଣ ଙ୍କୁ ନିଲମ୍ବିତ କରିଛନ୍ତି ମହାରାଷ୍ଟ୍ର ସରକାର ।
ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣାକୁ ଗମ୍ଭୀରତା ର ସହ ନେବାକୁ ଭାରତ ର ସାଧୁ ସନ୍ଥ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.