ଭାରତୀୟ ପରମ୍ପରା ରେ ହୋଲି ର ମହତ୍ତ୍ୱ ଆପଣ ଜାଣିଛନ୍ତି କି ?? ଆସନ୍ତୁ ଜାଣିବା ହୋଲି ପଛରେ କଣ ରହିଛି ପୌରାଣିକ କିମ୍ବଦନ୍ତୀ ।

ହୋଲି ପଛରେ କଣ ରହିଛି ପୌରାଣିକ କିମ୍ବଦନ୍ତୀ ।

0

ଫଗୁଣ ମାସ ପୂର୍ଣିମା ଯାହା ଦୋଳ ପୂର୍ଣିମା ନାମରେ ସମସ୍ତେ ଜାଣନ୍ତି l ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ। ଯାହା ଫଗୁ ଦଶମୀ ନାମରେ ଖ୍ୟାତ l ଏହି ପର୍ବର ମୁଖ୍ୟ ଆରାଧ୍ୟ ହେଉଛନ୍ତି ରାଧାକୃଷ୍ଣ । ରାଧା କୃଷ୍ଣ ଙ୍କୁ ମୁଖ୍ୟତଃ ଏହି ପର୍ବରେ ଅବିର ଅର୍ପଣ କରାଯାଏ l ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଛୋଟଛୋଟ ବିମାନରେ ଘର ଘର ବୁଲାଇବାକୁ ନିଆଯାଏ l ଠାକୁରଙ୍କ ପାଇଁ ଘରେ ଭୋଗ ଲାଗି ମଧ୍ୟ ହୁଏ। ଫଗୁ ଦଶମୀ ତିଥିରୁ ଫଗୁ ଖେଳ ଓ ଗ୍ରାମ ପରିକ୍ରମା କରାଯାଏ l ଦୋଳ ପୂର୍ଣ୍ଣିମା ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ ସେହି ମଣ୍ଡପର ନାମ ଦୋଳ ମଣ୍ଡପ ସେଠାରେ ପୂଜାର୍ଚ୍ଚନା କରାଯିବା ସହ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ଠାକୁରଙ୍କୁ ନାଲି ଅବିର ଅର୍ପଣ କରାଯାଇଥାଏ l ରାଜଦୋଳ ଉତ୍ସବ ଅର୍ଥାତ୍ ଫଗୁ ଦଶମୀ ଠାରୁ ସମସ୍ତ ବୈଷ୍ଣବ ପିଠରେ ଝୁଲଣ ମଣ୍ଡପରେ ଦୋଳିରେ ଝୁଲି ସୁସଜ୍ଜିତ ବିମାନରେ ବିଜେ କରନ୍ତି ଶ୍ରୀରାଧାକୃଷ୍ଣ ଯୁଗଳ ମୁରତି l ଦୋଳ ପୂର୍ଣିମା ପରଦିନ ପୁରା ଭାରତ ରେ ହୋଲି ଧୁମ୍ ଧାମ୍ ରେ ପାଳନ କରାଯାଏ l ଏହି ହୋଲି ଖେଳ ପରସ୍ପର ମଧ୍ୟରେ ଏକତା ଭାଇଚାରା ସ୍ନେହ ପ୍ରେମ ର ମନ୍ତ୍ର ଦେଇଥାଏ lପୌରାଣିକ କିମ୍ବଦନ୍ତୀ :- 
(୧)
ସତ୍ୟ ଯୁଗରେ ହିରଣ୍ୟକାଶ୍ୟପ ନାମୀ ଜଣେ ରାକ୍ଷସ ଧରାପୃଷ୍ଠ ରେ ତାର ସାମ୍ରାଜ୍ୟ ବିସ୍ତାର କରି ରାଜୁତି କରୁଥିଲା । ହୀରଣ୍ୟକାଶ୍ୟପ ଏତେ ଗର୍ବୀ ଓ ଉଚ୍ଚାଭିଳାସୀ ଥିଲା ଯେ ସାମ୍ରାଜ୍ୟ ର ସମସ୍ତଙ୍କୁ ତାକୁ ହିଁ ପୂଜା କରିବାକୁ ଆଦେଶ ଦେଇଥିଲା । କିନ୍ତୁ ଯେତେବେଳେ ତାର ବାଳକ ପୁତ୍ର ପ୍ରହଲ୍ଲାଦ ଭଗବାନ ବିଷ୍ଣୁ ଙ୍କ ଭକ୍ତ ପାଲଟିଗଲା ଓ ସେ ହିରଣ୍ୟକାଶ୍ୟପ କୁ ଦେବତା ଭାବେ ମାନିବାକୁ ମନା କରିଦେଲା । ନିଜ କ୍ରୋଧ ର ଆବେଗ ରେ ହିରଣ୍ୟକାଶ୍ୟପ ନିଜ ପୁତ୍ର ପ୍ରହଲ୍ଲାଦ କୁ ହତ୍ୟା କରିବାକୁ ଅନେକ ଚେଷ୍ଟା କଲା କିନ୍ତୁ ଭଗବାନ ନାରାୟଣ ତାକୁ ସବୁକ୍ଷେତ୍ର ରେ ରକ୍ଷା କଲେ। ଶେଷକୁ ସେ ତାର ଭଉଣୀ ହୋଲିକା କୁ ପ୍ରହଲ୍ଲାଦ କୁ କୋଳ ରେ ଧରି ପ୍ରଖର ଅଗ୍ନି ଭିତର କୁ ଯିବାପାଇ କହିଲା ଯେପରି ପ୍ରହଲ୍ଲାଦ ସମ୍ପୂର୍ଣ୍ଣ ଦଗ୍ଧ ହେଇଯିବ। ରାକ୍ଷସୀ ହୋଲିକା, ଅନ୍ୟ ଅସୁର ଙ୍କ ଭଳି ମହାଦେବ ଙ୍କୁ ତପସ୍ୟା କରି ତାଙ୍କ ଠାରୁ ଅଗ୍ନି ଦ୍ଵାରା ଦଗ୍ଧ କିମ୍ବା ଜଳ ଦ୍ଵାରା ବୁଡି ନ ମରିବାର ବର ଲାଭ କରିଥିଲା ଓ ଏହା ହିରଣ୍ୟକାଶ୍ୟପ କୁ ଜ୍ଞାତ ଥିଲା । ହୋଲିକା ପ୍ରହଲ୍ଲାଦ କୁ ସାଥିରେ ନେଇ ଅଗ୍ନି କୁ ପ୍ରବେଶ କଲାବେଳେ ପ୍ରହଲ୍ଲାଦ ଅହରହ ଭଗବାନ ବିଷ୍ଣୁ ନାମ ଜପ କରୁଥିଲେ । ହିରଣ୍ୟକାଶ୍ୟପ ଏହା ଦେଖି ଆଚମ୍ବିତ ରହିଗଲା ଯେତେବେଳେ ପ୍ରହଲ୍ଲାଦ ଅକ୍ଷତ ଅବସ୍ଥା ରେ ଅଗ୍ନି ରୁ ନିର୍ଗତ ବାହାରିଲେ ଓ ହୋଲିକା ସମ୍ପୂର୍ଣ ଦଗ୍ଧ ହେଇଗଲା । ସେ କ୍ରୋଧିତ ହୋଇ ମହାଦେବ ଙ୍କୁ ଏହାର କାରଣ ପଚାରିବାରୁ ମହାଦେବ କହିଲେ ଯେ ସେ ନିଜର ଆତ୍ମରକ୍ଷ୍ୟା ପାଇଁ ହୋଲିକା କୁ ସେଇ ବର ଦେଇଥିଲେ, କାହାକୁ ସାଥିରେ ନେଇ ମାରିବାପାଇ ନୁହେଁ । ତେଣୁ ଭୁଲ କାରଣ ରୁ ବ୍ୟବହାର କରିଥିବାରୁ ତାଙ୍କ ଦ୍ୱାରା ପ୍ରଦତ୍ତ ବର ପ୍ରତ୍ୟାହାର ହୋଇଗଲା । ଏହିଭାବରେ ପରବର୍ତୀ କାଳ ରେ ଭୁଲ ଉପରେ ଭଲ ର ବିଜୟ ପାଳନ ପାଇଁ ଯେଉଁ ପର୍ବ ପାଳିତ ହେଲା ତାକୁ ହୋଲିକା ର ନାମ ଅନୁସାରେ “ହୋଲି” ମଧ୍ୟ କୁହାଗଲା ।

ପୌରାଣିକ କିମ୍ବଦନ୍ତୀ :-
(୨) ଶ୍ରୀକୃଷ୍ଣ ବାଲ୍ୟ ଅବସ୍ଥାରେ ମାଁ ଯଶୋଦାଙ୍କୁ ପଚାରିଲେ ରାଧା କାହିଁକି ଗୋରୀ ଓ ସେ ନିଜେ କୃଷ୍ଣବର୍ଣ । ମାଁ ଯଶୋଦା କୃଷ୍ଣଙ୍କ ମନ ରଖିବା ପାଇଁ କହିଲେ, “ତୁ ଯା ବିଭିନ୍ନ ରଙ୍ଗ ଅବିର ଧରି ରାଧାକୁ ଖେଳ ଖେଳରେ ରଙ୍ଗେଇ ଦେବୁ । ତୋ ଆଉ ତା ମଧ୍ୟରେ କୌଣସି ବି ପାର୍ଥକ୍ୟ ରହିବ ନାହିଁ ।” କିଶୋର ଶ୍ରୀକୃଷ୍ଣ ନିଜ ସାଙ୍ଗମାନଙ୍କୁ ଧରି ଶ୍ରୀରାଧାଙ୍କ ଗାଁ ବରସାନା ଗଲେ ଓ ରଙ୍ଗ ଅବିର ଲଗାଇଥିଲେ । ଶ୍ରୀରାଧା ମଧ୍ୟ ଅନ୍ୟ ଗୋପୀ ମାନଙ୍କ ସହ ଶ୍ରୀକୃଷ୍ଣ ଓ ସାଥୀମାନଙ୍କୁ କୌତୁକରେ ଲାଠିରେ ପିଟିଥିଲେ । ଏହି ପରମ୍ପରା କୁ ଆଜିପର୍ଯ୍ୟନ୍ତ ବରସାନା ର ଲୋକେ “ଲଠମାର ହୋଲି” ହିସାବରେ ପାଳନ କରନ୍ତି ।

Leave A Reply

Your email address will not be published.